ବିମାନ ଉଡ଼ାଣ ପାଇଁ ବାଧ୍ୟ କରିବା ଅଭିଯୋଗରେ ବିଜେପି ନେତା ମନୋଜ ତିୱାରୀ ଓ ନିଶିକାନ୍ତ ଦୁବେଙ୍କ ସମେତ ମୋଟ ୯ ଜଣଙ୍କ ନାରେ ମାମଲା ରୁଜୁ

add-all

ନୂଆଦିଲ୍ଲୀ: ରାତିରେ ବିମାନ ଉଡ଼ାଣ ପାଇଁ ବାଧ୍ୟ କରିବାରୁ ବିଜେପି ସାଂସଦ ମନୋଜୀ ତିୱାରୀ ଓ ନିଶିକାନ୍ତ ଦୁବେଙ୍କ ସମେତ ଅନ୍ୟ ୭ ଜଣଙ୍କ ନାଁରେ ମାମଲା ହୋଇଛି। ବିଜେପି ନେତମାନେ ରାତିରେ ବିମାନ ଉଡ଼ାଣ ଭରିବା ପାଇଁ ଚାଙ୍କର ଚାଟାର୍ଡ ବିମାନ ଖାଳି କରିବାକୁ ଝାଡ଼ଖଣ୍ଡର ଦେଓଘର ବିମାନ ବନ୍ଦର କର୍ମଚାରୀଙ୍କୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି।

ଏୟାରପୋର୍ଟ ଡିଏସ୍‌ପି ସୁମନ ଅନନଙ୍କ ଅଭିଯୋଗକ୍ରମେ ମୋଟ ୯ ଜଣଙ୍କ ନାଁରେ ଅନ୍ୟର ଜୀବନ ବିପଦରେ ପକାଇବା ସହ ଅପରାଧି ଭଳି ଧସେଇ ପସିବା ଅଭିଯୋଗ ଲାଗିଛି। ଏଫ୍‌ଆଇଆର୍‌ରେ ବିମାନବନ୍ଦର ନିର୍ଦ୍ଦେଶକଙ୍କ ନାଁ ବି ରହିଛି।

ଏଫ୍‌ଆଇଆର୍‌ ଅନୁସାରେ, ଅଗଷ୍ଟ ୩୧ ଗୋଡ୍ଡା ଲୋକସଭା ସାଂସଦ ନିଶିକାନ୍ତ ଦୁବେ ତାଙ୍କ ପୁଅ କନିଷ୍କ ଦୁବେ, ମହିକାନ୍ତ ଦୁବେ, ସାଂସଦ ମନୋଜ ତିୱାରୀ, ମୁକେଶ ପାଠକ, ଦେବତା ପାଣ୍ଡେ ଏବଂ ପିଣ୍ଟୁ ତିୱାରୀ ବିନା ଅନୁମତିରେ କଡ଼ା ସୁରକ୍ଷା ଭିତରେ ଥିବା ଦେଓଘର ବିମାନବନ୍ଦରର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ(ଏଟିସି)ରେ ପ୍ରବେଶ କରିଥିଲେ। ଏହାପରେ ସେମାନେ ରାଜନୈତିକ ଚାପ ପକାଇ ଅଫିସରମାନଙ୍କୁ ସେମାନଙ୍କ ଚାଟାର୍ଡ ପ୍ଲେନ୍ ଉଡ଼ାଣ ଭରିବାକୁ କ୍ଲିୟରାନ୍ସ ଦେବା ପାଇଁ ବାଧ୍ୟ କରିଥିଲେ।

ନୂଆକରି ଉଦ୍‌ଘାଟିତ ହୋଇଥିବା ବିମାନବନ୍ଦରଟି ରାତିରେ ପରିଚାଳନା ପାଇଁ ଅନୁମତି ମିଳି ନାହିଁ। ଏଠାରେ ସୂର୍ଯ୍ୟ ବୁଡ଼ିବାର ୩୦ ମିନିଟ ପୂର୍ବରୁ ବିମାନ ଉଡ଼ାଣ ଭରିବାର ଅନୁମତି ରହିଛି। କିନ୍ତୁ ଅଭିଯୋଗ କର୍ତ୍ତାଙ୍କ କହିବା ଅନୁସାରେ, ସେଦିନ ୬.୩ରେ ଏହି ଘଟଣା ଘଟିଥିଲା। ବିଜେପି ନେତାମାନେ ଚାଟାର୍ଡ ଫ୍ଲାଇଟ୍‌ରେ ବସି ସନ୍ଧ୍ୟା ୬.୧୭ରେ ଉଡ଼ାଣ ଭରିଥିଲେ।

ଏପଟେ ବିରୋଧରେ ମାମଲା ରୁଜୁ ହେବା ପରେ ସେ କହିଛନ୍ତି ‘ ବିମାନବନ୍ଦର କର୍ତ୍ତୃପକ୍ଷ ଆମକୁ ମନା କରିନଥିଲେ। ଆମେ ବନ୍ଦର ନିର୍ଦ୍ଦେଶକଙ୍କ ଠାରୁ ଅନୁମତି ନେଇଥିଲୁ। ଯଦି ମାମଲା ହୋଇଛି ତେବେ ଏହା ବିରୋଧରେ ମୁଁ ଲଢ଼ିବାକୁ ପ୍ରସ୍ତୁତ ଅଛି। ଆମେ ଘଟଣା ବିଷୟରେ ନିଜ ପକ୍ଷ ନିହାତି ରଖିବୁ।’

ସୂଚନା ଅନୁସାରେ, ଶୁକ୍ରବାର ରାତିରେ ଏହି ଘଟଣାକୁ ଦେଓଘର ଡିଷ୍ଟ୍ରିଟ୍ ମାଜିଷ୍ଟ୍ରେଟ୍‌(ଡିଏମ୍‌) ମଞ୍ଜୁନାଥ ଭଜନ୍ତ୍ରୀ ଓ ବିଜେପି ନେତା ନିଶିକାନ୍ତ ଦୁବେ ଟ୍ୱିଟ୍‌ରେ ମୁହାଁମୁହିଁ ହୋଇଥିଲେ। ବିଜେପି ନେତା ଜାତୀୟ ସୁରକ୍ଷା ନିୟମକୁ ଭାଙ୍ଗିଛନ୍ତି। ସୁରକ୍ଷା ନିୟମକୁ ଅଣଦେଖା କରି ଜବରଦସ୍ତି ବିମାନ ଉଡ଼ାଣ ଭାରିବାକୁ ନିଜ ଫ୍ଲାଇଟ୍ ପାଇଁ କ୍ଲିୟରାନ୍ସ ନେଇଥିଲେ। ଏହାପରେ ନିଶିକାନ୍ତ ଦୁବେ ମଧ୍ୟ ଡିଏମ୍‌ଙ୍କର ଟ୍ୱିଟ୍‌ର ଜବାବ ଦେଇ ଏଭିଏସନ ନିୟମକୁ ପଢ଼ିବାକୁ ଉପଦେଶ ଦେବା ସହ ମାମଲାର ଜବାବ ଦେବେ ବୋଲି ସାଂସଦ କହିଥିଲେ।

ad-week
Leave A Reply

Your email address will not be published.