ବଦଳିବ ନୂଆଦିଲ୍ଲୀ ରେଲଓ୍ଵେ ଷ୍ଟେସନର କାୟାକଳ୍ପ

add-all

ନୂଆଦିଲ୍ଲୀ: ବଦଳିବ ନୂଆଦିଲ୍ଲୀ ରେଲଓ୍ଵେ ଷ୍ଟେସନର କାୟାକଳ୍ପ। ଦେଖିଲେ ଦୁବାଇ ପରି ଅନୁଭବ ଆସିବ। ଯାତ୍ରୀଙ୍କ ପାଇଁ ଯଥାସମ୍ଭବ ସୁବିଧା ସହିତ ଅତ୍ୟାଧୁନିକ ସେବା ପ୍ରଦାନ ପାଇଁ ଦେଶର ରାଜଧାନୀର ରେଲଓ୍ଵେ ଷ୍ଟେସନର ପୁନର୍ବିକାଶ କରାଯିବା ନେଇ ପ୍ରସ୍ତୁତି କରାଯାଉଛି। ଶୀଘ୍ର ନୂତନ ରୂପ ନେବନୂଆଦିଲ୍ଲୀ ରେଲଓ୍ଵେ ଷ୍ଟେସନ ।

ରେଳ ମନ୍ତ୍ରଣାଳୟ ନିଜର ଅଧିକାରିକ ଟୁଇଟର ହ୍ୟାଣ୍ଡେଲରେ ନୂଆଦିଲ୍ଲୀ ରେଲଓ୍ଵେ ଷ୍ଟେସନର ଫଟୋ ସେୟାର କରିଛନ୍ତି। ପ୍ରସ୍ତାବିତ ମୋଡେଲକୁ ଦେଖିଲେ ଏହାର ସୁନ୍ଦରତା ବିଷୟରେ ଆପଣ ଅନୁମାନ କରି ପାରିବେ।

ରେଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବିତ ରେଲଓ୍ଵେ ଷ୍ଟେସନର ମୋଡେଲ୍ ଏବଂ ଡିଜାଇନ ଦେଖିଲେ ଦୁବାଇ ପରି ହୃଦବୋଧ ହେଉଛି। ଆଧୁନିକ ସୁବିଧା ସୁଯୋଗରେ ସୁସଜ୍ଜିତ ନୂଆଦିଲ୍ଲୀ ରେଲଓ୍ଵେ ଷ୍ଟେସନର ମୋଡେଲ୍ କୌଣସି ମଲ୍ କିମ୍ବା ବିଶ୍ଵସ୍ତରୀୟ ବିମାନ ବନ୍ଦରଠୁ କମ୍ ଦେଖା ଯାଉ ନାହିଁ।

ରେଳ ମନ୍ତ୍ରଣାଳୟ ଟୁଇଟ୍ କରି ମୋଡେଲ୍‌ର ଫଟୋ ସେୟାର କରି ଲେଖିଛନ୍ତି, ନୂଆଦିଲ୍ଲୀ ରେଲଓ୍ଵେ ଷ୍ଟେସନର ପୁନର୍ବିକାଶ ପାଇଁ ପ୍ରସ୍ତାବିତ ଡିଜାଇନ ଏକ ନୂତନ ଯୁଗର ଆରମ୍ଭ। ରେଲଓ୍ଵେ ଦ୍ଵାରା ପ୍ରସ୍ତାବିତ ନୂତନ ଡିଜାଇନକୁ ଲୋକେ ଖୁବ୍ ପ୍ରଶଂସା କରୁଛନ୍ତି।

ନୂଆଦିଲ୍ଲୀ ରେଲଓ୍ଵେ ଷ୍ଟେସନକୁ ନୂତନ ଲୁକ୍ ମିଳିବା ସହିତ ଯାତ୍ରୀମାନଙ୍କୁ ବିଶ୍ଵସ୍ତରୀୟ ସୁବିଧା ମିଳିବ। ହେଲେ ଏହା ସ୍ପଷ୍ଟ ହୋଇନାହିଁ ଯେ, ଏଥିରେ କଣ କଣ ଜିନଷ ଖାସ୍ ରହିବ। ଉଲ୍ଲେଖନୀୟ ନୂଆଦିଲ୍ଲୀ ରେଲଓ୍ଵେ ଷ୍ଟେସନ ଦେଶର ସବୁଠୁ ବଡ ଏବଂ ଦ୍ଵିତୀୟ ସବୁଠୁ ବ୍ୟସ୍ତବହୁଳ ରେଲଓ୍ଵେ ଷ୍ଟେସନ।

ଷ୍ଟେସନର ପୁନର୍ବିକାଶ କାମ ରେଲ୍ ଭୂମି ବିକାଶ ପ୍ରାଧିକରଣ(ଆରଏଲଡିଏ)କୁ ଦିଆଯାଇଛି। ନୂଆ ରୂପ ମିଳିବା ପରେ ନୂଆଦିଲ୍ଲୀ ରେଲଓ୍ଵେ ଷ୍ଟେସନ ଭାରତର ସବୁଠୁ ବଡ ଏବଂ ସବୁଠୁ ଆଧୁନିକ ଷ୍ଟେସନ ହେବ ବୋଲି ଆଶା କରାଯାଉଛି।

ad-week
Leave A Reply

Your email address will not be published.