ପିପିଲିରେ ନାଲି ପିମ୍ପୁଡ଼ି ଆତଙ୍କ ଜାରି, OUAT ଟିମ୍‌ର ଅନୁଧ୍ୟାନ

add-all

ପିପିଲି: ଚନ୍ଦ୍ରାଦେଇପୁରରେ ନାଲି ପିମ୍ପୁଡ଼ି ଆତଙ୍କ ଜାରି। ଗ୍ରାଉଣ୍ଡରେ ଅନୁଧ୍ୟାନ କରିଛନ୍ତି ଓୟୁଏଟିର ୪ଜଣିଆ ପ୍ରତିନିଧି ଦଳ। ଏଥିସହ ପିମ୍ପୁଡ଼ି କିଭଳି ନିୟନ୍ତ୍ରଣ କରାଯାଇ ପାରିବ ସେନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କୀଟନାଶକ ଔଷଧ ପ୍ରୟୋଗ କରାଯାଇ ପିମ୍ପୁଡ଼ି ନିୟନ୍ତ୍ରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ପାରିପାର୍ଶ୍ବିକ ସ୍ଥିତି ପିମ୍ପୁଡ଼ି ଵଂଶ ବିସ୍ତାର ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିଛି ବୋଲି ଓୟୁଏଟିର ବରିଷ୍ଠ ବୈଜ୍ଞାନିକ କହିଛନ୍ତି। ତେଣୁ ପରିବେଶକୁ ସଫାସୁତୁରା ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ସେଠାରୁ ପିମ୍ପୁଡ଼ି ସଂଗ୍ରହ କରି ପରୀକ୍ଷା ପାଇଁ ଓୟୁଏଟି ନିଆଯାଇଛି। ସେପଟେ ପିମ୍ପୁଡ଼ି ନିୟନ୍ତ୍ରଣ ପାଇଁ ବ୍ଲକ ପ୍ରଶାସନ ତତ୍ପରତା ଦେଖାଇଛି।

ଜଙ୍ଗଲୀ ପରିବେଶକୁ ସଫାସୁତୁରା କରଯାଇ ପିମ୍ପୁଡ଼ି ନିୟନ୍ତ୍ରଣ ପାଇଁ ଉଦ୍ୟମ କରାଯାଉଛି। ବନ୍ୟା ପରେ ଚନ୍ଦ୍ରାଦେଇପୁରରେ ଅଥୟ କରୁଛି ପିମ୍ପୁଡ଼ି। ଘରେ ବାହାରେ ସବୁଆଡେ ପିମ୍ପୁଡ଼ିଙ୍କ ଉପଦ୍ରବ ପାଇଁ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକେ। ପିମ୍ପୁଡ଼ି ଯୋଗୁଁ ଲୋକେ ଘର ଓ ବିଲ ବାଡି କାମ କରିବା ପାଇଁ ହଇରାଣ ହେଉଛନ୍ତି।

ad-week
Leave A Reply

Your email address will not be published.