ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ସମ୍ୱର୍ଦ୍ଧିତ

add-all

ଫୁଲବାଣୀ : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ତୁମୁଡିବନ୍ଧ ଠାରେ ଗୁରୁ ଦିବସ ତଥା ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lସାରା ଭାରତବର୍ଷରେ ସେପ୍ଟେମ୍ବର ପାଞ୍ଚ ତାରିଖକୁ ସର୍ବପଲ୍ଲୀ ରାଧାକୃଷ୍ଣ ଙ୍କ ଜନ୍ମଦିନକୁ ଗୁରୁଦିବସ ରୂପେ ପାଳନ କରୁଥିଲା ବେଳେ ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜୟନ୍ତୀ ପାଳିତ ହୋଇଛି l ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିଶୁମାନଙ୍କୁ ଭାରତରତ୍ନ ସର୍ବପଲ୍ଲୀଙ୍କ ବହୁମୁଖୀ ପ୍ରତିଭା ବିଷୟରେ ବୁଝାଇ ଥିଲେ l ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ନବୀନ ଚନ୍ଦ୍ର ପ୍ରଧାନୀଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା l ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସଭାପତି ପୁରୁଷୋତ୍ତମ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଗୁରୁଜୀ ଗୁରୁମାଙ୍କୁ ପୂଜନ କରିଥିଲେ l

ad-week
Leave A Reply

Your email address will not be published.