
ଫୁଲବାଣୀ ୦୫/୦୯ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସରକାରୀ ଉଚ୍ଚ ବିଦ୍ୟାଳରେ ପ୍ରଧାନ ଶିକ୍ଷୟିତ୍ରୀ ଅମ୍ବିକା ପ୍ରଧାନଙ୍କ ନେତୃତ୍ୱରେ ଗୁରୁଦିବସ ପାଳିତ ହେଇଯାଇଛି । ଏହି ଅବସରରେ ସର୍ଵ ପ୍ରଥମେ ପୂର୍ବତନ ରାଷ୍ଟ୍ରପତି ଡ଼ଃ ସର୍ଵପଲ୍ଲୀ ରାଧାକିଶନଙ୍କ ଜନ୍ମତିଥିରେ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରିବା ପରେ ତାଙ୍କରି ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ।ତାଙ୍କର ଆଦର୍ଶ ସର୍ବଦା ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଗ୍ରହଣୀୟ ବୋଲି ମଧ୍ୟ କହିଥିଲେ। ଏହି ଦିବସରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଗୁରୁଦିବସ ପାଳନ ଓ ଗୁରୁଶିଷ୍ୟ ସମ୍ପର୍କ ବିଷୟରେ ବର୍ଣନା କରିଥିଲେ ଏବଂ ଏହି ଗୁରୁଦିବସରେ ଛାତ୍ରଛାତ୍ରୀ ମାନେ ପିତା ମାତା ଓ ଶିକ୍ଷକ ଶିକ୍ଷୟିତ୍ରୀ ଓ ବୟ ଜେଷ୍ଠଙ୍କ ଠାରୁ ଆଶୀର୍ବାଦ ଲାଭ କରିଥାନ୍ତି । ସେଇ ପରିପ୍ରେକ୍ଷୀରେ ଛାତ୍ର ଛାତ୍ରୀ ମାନେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସୁସଂମ୍ମାନର ସହିତ ଚନ୍ଦନ, ଫୁଲପୁଷ୍ପ ଦୀପ ଆଦି ଅର୍ପଣ କରିବା ସହ ପାଦ ପୂଜା କରି ଆଶୀର୍ବାଦ ନେଇଛନ୍ତି ।