ଗୁରୁ ଦିବସ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି

add-all

ବ୍ରହ୍ମପୁର : ବିଜେଡ଼ି ଯୁବ ନେତା ତଥା ଆମ୍ବଗଡ଼ ସମବାୟ ସମିତି ସଭାପତି କାହ୍ନୁଚରଣ ପାତ୍ରଙ୍କ ତତ୍ୱାବଧାନରେ ଏହି ରକ୍ତଦାନ ଶିବିରଟି ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଯୋଗଦେଇ ଶିବିର ଉଦ୍‌ଘାଟନ କରିବା ସହ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ସମସ୍ୟା ଦୂର କରିବା ପାଇଁ ବ୍ୟାପକ ଜନସଚେତନତା ସୃଷ୍ଟି ହୋଇଛି । ବହୁ ଯୁବ ଗୋଷ୍ଠୀ ରକ୍ତଦାନ କରି ବହୁ ମୂଲ୍ୟବାନ ଜୀବନକୁ ମୃତ୍ୟୁ ମୁଖରୁ ବଚାଂଉଛନ୍ତି । ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାସଚନ୍ଦ୍ର ମହାରଣା, ଜଗନ୍ନାଥ ସାବତ, ପୂର୍ବତନ ସରପଚଂ ନରସିଂହ ସାହୁ, ଯୁବ ନେତା ମୁନା ପଣ୍ଡା, ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ୩୫ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ବହୁ ଯୁବକ ମାନଙ୍କୁ ପ୍ରଥମ ଥର ରକ୍ତଦାନ କରିବା ପାଇଁ ଅତିଥି ମାନେ ଉତ୍ସାହିତ କରିଥିଲେ । ପୃଥିବୀରାଜ୍ ପାଇକ, ସତ୍ୟମ ମହାନ୍ତି, ବି. ନିଳାଚଂଳ ରେଡ଼ି, ତୁଷାରକାନ୍ତ ପାଢ଼ୀ, ଶ୍ରୀରାଜ୍ ନାହାକ, ସୁଭମ୍ ପାଇକ, ହୃଷିକେଶ ସାହୁ, ଦେବାଶିଷ ସାହୁ, ରାଜେସ୍ ଡ଼ାକୁଆ, ନିଳାଦ୍ରୀ ମହାରଣା, ସୁଶୀଲ ସାହୁ ପ୍ରମୁଖଙ୍କ ସମେତ ଅଚଂଳର ବହୁ ଯୁବକ ଯୋଗଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.