ଦାଦା ବଟି ମାଗି ମୁଷା ଗିରଫ; ମହିଳାଙ୍କୁ ମାଗୁଥିଲା ମାସିକ ୫ହଜାର ଟଙ୍କା

add-all

ପୁରୀ: ଗିରଫ ହୋଇଛି ମୁଷା। ଧାର ଦେଇ ଟଙ୍କା ଫେରସ୍ତ ନେଲା ପରେ ଦାଦାବଟି ମାଗିବା ଅଭିଯୋଗରେ ତାକୁ ଗିରଫ କରାଯାଇଛି। ତ୍ରିନାଥ ବସ୍ତିରେ ରହୁଥିବା ଲକ୍ଷ୍ମିପ୍ରିୟା ବାରିକ ନାମକ ମହିଳା ମୁଷା ଠାରୁ ୩ହଜାର ଟଙ୍କା ଧାର୍ ନେଇଥିଲେ। ପରେ ୩ ମାସ ଭିତରେ ସେ ମୁଷାକୁ ଟଙ୍କା ଫେରାଇ ଦେଇଥିଲେ।

କିନ୍ତୁ ଏହା ପରେବି ମୁଷା ପ୍ରତିମାସ ଲକ୍ଷ୍ମିପ୍ରିୟାଙ୍କୁ ୫ ହଜାର ଟଙ୍କା ମାଗୁ ଥିଲା। ଏନଇ ଲକ୍ଷ୍ମିପ୍ରିୟା ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ଏହି ଅଭିଯୋଗରେ ମାମାଲା ରୁଜୁ କରିଥିଲେ ମଧ୍ୟ ମୁଷା ଫେରାର ଥିଲା। ଶେଷରେ ମୁଷା ଓରଫ ଟୁଟୁ ମଲ୍ଲିକକୁ ଗିରଫ କରିଛି ବଳିଆ ପଣ୍ଡା ଥାନା ପୋଲିସ। ଏପରି ଘଟଣା ପୁରୀ ଜିଲ୍ଲା ବଳିଆପଣ୍ଡା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.