ସ୍ୱର୍ଗଦ୍ୱାରରେ ଶବଦାହ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଦୁଇଟି ଜୀବନ

add-all

ପିପିଲି: ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ସାରି ଫେରୁଥିଲେ। ହେଲେ ବାଟରେ ନିଜେ ଶବ ହୋଇଗଲେ। ଆଜି ପୁରୀ-ଭୁବନେଶ୍ୱର ରାସ୍ତା ବୀରଗୋବିନ୍ଦପୁର ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଏମିତି ଏକ ଦୁଃଖଦ ଘଟଣା। ଦୁର୍ଘଟଣାରେ ଚାଲି ଯାଇଛି ଦୁଇଟି ଜୀବନ। ମୃତକମାନେ ହେଲେ ସାକ୍ଷୀଗୋପାଳ ହୋତା ସାହିର ସୂର୍ଯ୍ୟକାନ୍ତ ସାହୁ ଏବଂ କନେଷ୍ଟବଳ ସୁଷମା ମିଶ୍ର।ସୁଷମା ପୁରୀରେ ନିଯୁକ୍ତ ହୋଇଥିଲେ।

ସୂଚନା ମୁତାବକ, ପୁରୀ ସ୍ୱର୍ଗଦ୍ୱାରରେ ଜଣେ ସମ୍ପର୍କିୟଙ୍କ ଅନ୍ତିମ ସଂସ୍କାର ସାରି ଗୋଟିଏ ମୋଟର ସାଇକେଲରେ ସୂର୍ଯ୍ୟକାନ୍ତ, ସୁଷମା ଓ ଅନ୍ୟ ଜଣେ ବ୍ୟକ୍ତି ଫେରୁଥିଲେ। ସେମାନେ ସାକ୍ଷୀଗୋପାଳ ଆସୁଥିଲେ। ହେଲେ ଚାଳକ ଅନ୍ୟମନସ୍କ ହୋଇଯିବାରୁ ବାଇକ୍‌ଟି ବୀରଗୋବିନ୍ଦପୁର ପେଟ୍ରୋଲ ପମ୍ପ ନିକଟରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରକ୍ ପଛରେ ପିଟି ହୋଇଯାଇଥିଲା। ଫଳରେ ସମସ୍ତେ ରାଜରାସ୍ତାରେ ଛିଟିକି ପଡ଼ିଥିଲେ। ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ସମସ୍ତଙ୍କୁ ପୁଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରି ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତରଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ରେଫର କରିଥିଲେ।

ଏହି ଖବର ପାଇବା ପରେ ମୃତାହତଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ad-week
Leave A Reply

Your email address will not be published.