ପିଜି ନାମଲେଖା ପାଇଁ ପ୍ରକାଶ ପାଇଲା ମେଧା ତାଲିକା

add-all

ଭୁବନେଶ୍ୱର: ପିଜି ନାମଲେଖା ପାଇଁ ପ୍ରକାଶ ପାଇଛି ମେଧା ତାଲିକା। ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପିଜି ନାମଲେଖା ପାଇଁ ମେଧା ତାଲିକା ସୋମବାର ପ୍ରକାଶ ପାଇଛି। ରାଜ୍ୟଓ୍ୱାରୀ ମେଧା ତାଲିକା ପ୍ରକାଶ ପାଇଥିବା ବେଳେ ଆସନ୍ତା ୧୫ ତାରିଖରେ ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ କରାଯିବ।

ସେହିପରି ସେପ୍ଟେମ୍ବର ୧୬ ଓ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ। ୧୯ ତାରିଖ ପର୍ଯ୍ୟନ୍ତ ପିଲାଙ୍କୁ ସ୍ଲାଇଡ୍ ଅପ୍ ପାଇଁ ସୁଯୋଗ ଦିଆଯିବ।

ସେପ୍ଟେମ୍ବର ୨୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ। ୨୫ ତାରିଖ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହେବାକୁ ଥିବା ବେଳେ ସେପ୍ଟେମ୍ବର ୨୯ ତାରିଖରେ ଖାଲି ସିଟ୍ ସମ୍ପର୍କରେ ସାମ୍ସ ୱେବସାଇଟରେ ତଥ୍ୟ ଅପଲୋଡ ହେବ। ତେବେ ଅକ୍ଟୋବର ୧୦ ତାରିଖରେ ସ୍ପଟ୍ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ।

ad-week
Leave A Reply

Your email address will not be published.