ଏସିଏଫ ସୌମ୍ୟ ରଞ୍ଜନ ମାମଲା: ନିମ୍ନ ଅଦାଲତରେ ଶୁଣାଣି ଉପରେ ରୋକ୍‌ ଲଗାଇଲେ ହାଇକୋର୍ଟ…

add-all

କଟକ: ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାକୁ ନେଇ ନିମ୍ନ ଅଦାଲତରେ ଚାଲିଥିବା ଶୁଣାଣି ପ୍ରକ୍ରିୟା ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି। ଅଧ୍ୟାଦେଶ ନ ଆସିବା ପର୍ଯ୍ୟନ୍ତ ଶୁଣାଣି ପ୍ରକ୍ରିୟା ଉପରେ ଅନ୍ତରୀଣ ରହିତାଦେଶ ବଜାୟ ରହିବ ବୋଲି କୋର୍ଟ କହିଛନ୍ତି। ମୃତ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ ଦାୟର କରିଥିବା ଆବେଦନ ଉପରେ ହାଇକୋର୍ଟ ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସୌମ୍ୟ ରଞ୍ଜନ ମୃତ୍ୟୁ ଘଟଣାକୁ ନେଇ ପାରଳାଖେମୁଣ୍ଡି ଜେଏମ୍ଏଫସି କୋର୍ଟରେ ଏବେ ଶୁଣାଣି ଚାଲିଛି। ଏହି ମାମଲାରେ ବିଦ୍ୟା ଭାରତୀଙ୍କୁ କ୍ରାଇମବ୍ରାଞ୍ଚ୍ ଅଭିଯୁକ୍ତ ବୋଲି ଦର୍ଶାଇଛି। ବିଦ୍ୟାଙ୍କ ଅବହେଳାରୁ ସୌମ୍ୟଙ୍କ ମୃତ୍ୟୁ ହୋଇଛି ବୋଲି କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଉଲ୍ଲେଖ କରିଥିଲା। ଏହା ଭିତରେ ବିଦ୍ୟା ଭାରତୀ ଅନ୍ୟଆଡ଼େ ଚାକିରି କଲେଣି। ପ୍ରତ୍ୟକ ତାରିଖରେ ପ୍ରାୟ ୫୦୦ କିମି ଦୂରରୁ ଆସି ଜେଏମଏଫସି କୋର୍ଟରେ ହାଜର ହେବା ସମ୍ଭବ ହେଉନାହିଁ ବୋଲି ସେ ହାଇକୋର୍ଟରେ ଦାୟର କରିଥିବା ପିଟିସନରେ ଦର୍ଶାଇଥିଲେ। ଯାହାର ଶୁଣାଣି ଶେଷ କରି ଆଜି ନିମ୍ନ ଅଦାଲତରେ ଚାଲିଥିବା ପ୍ରୋସିଡିଂ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ।

ad-week
Leave A Reply

Your email address will not be published.