ଭୂଗୋଳ ଓ ଅର୍ଥନୀତି ବହିରେ ତ୍ରୁଟି ପ୍ରସଙ୍ଗ: ଭୁଲ ସୁଧାରି ପିଲାଙ୍କୁ ପଢ଼ାଇବାକୁ ନିର୍ଦ୍ଦେଶ

add-all

ଜୟପୁର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରକାଶିତ ଭୂଗୋଳ ଓ ଅର୍ଥନୀତି ବହିରେ ଥିବା ତ୍ରୁଟି ସଂଶୋଧନ କରି ପଢାଇବା ପାଇଁ ସମସ୍ତ ସ୍କୁଲକୁ ନିର୍ଦ୍ଦେଶ ଦେବା ସହ ବିଜ୍ଞପ୍ତି ପ୍ରକାଶ କଲା ମାଧ୍ୟମିକ ଶିକ୍ଷା ପରିଷଦ । ଏହି ବହିର ପୃଷ୍ଠା ନମ୍ବର ୬୫ରେ ବାଲିମେଳା ଜଳ ବିଦ୍ୟୁତ ପ୍ରକଳ୍ପକୁ ତାପଜ ବିଦ୍ୟୁତ ପ୍ରକଳ୍ପ ଦର୍ଶାଯାଇଥିଲା।

ସେହିପରି ପୃଷ୍ଠା ନମ୍ବର ୬୫ରେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପକୁ ଆନ୍ଧ୍ରର ଦର୍ଶାଯାଇଥିଲା। ସେହିପରି ଅପର କୋଲାବ ଜଳ ବିଦ୍ୟୁତ ପ୍ରକଳ୍ପ ଏଥିରୁ ବାଦ ପଡିଥିଲା । ଏହାକୁ ସାରା ରାଜ୍ୟର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଆଉ ବିଭିନ୍ନ ଗଣ ମାଧ୍ୟମରେ ଏ ନେଇ ଖବର ପ୍ରକାଶ ପାଇବା ପରେ ଶେଷରେ ମାଧ୍ୟମିକ ଶିକ୍ଷା ପରିଷଦ ଏହି ନିଷ୍ପତ୍ତି ନେଇଛି ।

ମାଧ୍ୟମିକ ଶିକ୍ଷା ପରିଷଦର ଚିଠି ସଂଖ୍ୟା ୧୮୭୮ ,ତାରିଖ ୨୬/୦୮/୨୦୨୨ରେ ଏହା ଉଲ୍ଲେଖ ରହିଛି । ତେବେ ଏଠି ପ୍ରଶ୍ନ ଉଠୁଛି ସଂଶୋଧିତ ହୋଇ ବହି ଆସିବା ପର୍ଯ୍ୟନ୍ତ ପୁରୁଣା ବହିକୁ କିପରି ପଢିବେ ଛାତ୍ରଛାତ୍ରୀ ? ସେମାନଙ୍କ ବହିରେ ଶିକ୍ଷକ ମାନେ ଆବଶ୍ୟକ ସଂଶୋଧନ କରିବେ ନା ନୂଆଁ ସଂଶୋଧିତ ବିଜ୍ଞପ୍ତି କେବଳ ନୋଟିସ ବୋର୍ଡ଼ରେ ଟାଙ୍କି ଦିଆଯିବ ,ନା ଏହା ସବୁ ଛାତ୍ରଛାତ୍ରୀଙ୍କ ବହିରେ ପେଷ୍ଟ ହେବ? ଏହାକୁ ନେଇ ଉଠିଛି ପ୍ରଶ୍ନ ।

ad-week
Leave A Reply

Your email address will not be published.