ସୋର ଉପକାରାଗାରରୁ ଚମ୍ପଟ ମାରିଥିବା କଏଦୀ ଗିରଫ

add-all

ସୋର: ସୋର ଉପକାରାଗାରରୁ ଚମ୍ପଟ ମାରିଥିବା ଜଣେ ବିଚାରାଧୀନ କଏଦୀକୁ ମୟୂରଭଞ୍ଜରୁ ଗିରଫ କରିଛି ପୁଲିସ। ୬ଦିନପରେ ପୁଲିସ କଏଦକୁ ଧରିବାରେ ସଫଳ ହୋଇଛି। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଉପକାରଗାରରେ। କଏଦୀ ଜଣଙ୍କ ହେଲେ ଘନ ସିଂ। ଘନ ସୋର ଉପକାରାଗାରରେ ଜଣେ ବିଚାରାଧୀନ କଏଦୀଭାବେ ରହି ଆସୁଥିଲେ।

ସୋର ଉପକାରାଗାରର କିଛି କଏଦୀ ସବୁ ଦିନ ଜେଲରଙ୍କ ଘରକୁ କାମ କରିବାକୁ ଯାଇଥାନ୍ତି। ଘନ ବି ସେମାନଙ୍କ ସହ କାମ କରିବାକୁ ଯାଆନ୍ତି। ହେଲେ ଗତ ୧ ତାରିଖରେ ଘନ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲେ। ପୁଲିସ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ଘନ ନିଜ ଘର ମୟୂରଭଞ୍ଜ ଜିଲ୍ଲା ଶରତପଡ଼ା ଅଞ୍ଚଳରେ ଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା।

ଆଜି ଭୋରରୁ ପୁଲିସ ଟିମ୍ ଶରତପଡ଼ା ଅଞ୍ଚଳରେ ପହଞ୍ଚି ଘନଙ୍କୁ ଗିରଫ କରିଥିଲା। ଘନ ଚମ୍ପଟ ମାରିବା ଘଟଣାରେ ସୋର ଉପକାରଗାରର ସବ୍‌ ଜେଲରଙ୍କୁ ନିଲମ୍ବନ କରାଯାଇଥିଲା।

ad-week
Leave A Reply

Your email address will not be published.