ଭୁବନେଶ୍ୱରରେ ବିଟେକ ଛାତ୍ରୀଙ୍କ ଆତ୍ମହତ୍ୟା

add-all

ଭୁବନେଶ୍ୱର : ପୁଣି ଜଣେ ଇଞ୍ଜିନିୟରିଙ୍ଗ ପଢ଼ୁଥିବା ବିଟେକ୍‌ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଚନ୍ଦ୍ରଶେଖରପୁର ଥାନା ରେଲବାଇ କଲୋନୀରେ ଏପରି ଅଘଟଣ ଘଟିଛି। ପାରିବାରିକ କଳହ ଯୋଗୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଓଢ଼ଣିରେ ଫାସି ଦେଇ ସେ ଆତ୍ମହତ୍ୟା କରିଛନ୍ତି।

ମୃତ ଛାତ୍ରୀଙ୍କ ପରିଚୟ ଆର.ଏନ. ନିୟତି ନାୟକ(୨୪)। ତାଙ୍କ ବାପା ସିଗ୍ନାଲ ସେକ୍ସନ ଇଞ୍ଜିନିୟର ଭାବେ କାମ କରନ୍ତି ଓ ମା ଜଣେ ଡାକ୍ତର। ତାଙ୍କ ସାନ ଭଉଣୀଙ୍କ ଦେହ ଅସୁସ୍ଥ ଥିବାରୁ ସବୁ ଘର ଲୋକେ ଡାକ୍ତରଖାନାରେ ଥିଲେ। ଘରେ କେହି ନଥିବା ବେଳେ ସେ ଆତ୍ମହତ୍ୟା କରିଛନ୍ତି। ସେ ସମ୍ବଲପୁର ବୁର୍ଲାରେ ବିଟେକ ପାସ କରିଥିଲେ। ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁରୁବାର ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ହେବ ବୋଲି ପୋଲିସ କହିଛି।

ad-week
Leave A Reply

Your email address will not be published.