ବାସନାପଲ୍ଲୀଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

add-all

ଛତ୍ରପୁର : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବାସନାପଲ୍ଲୀ ଗ୍ରାମ ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପରିବେଶର ସ୍ୱଚ୍ଛ ଓ ସୁରକ୍ଷା ପାଇଁ ବୃକ୍ଷରୋପଣ ନିହାତି ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ପୂର୍ବତନ ସରପଂଚ ଡି. ଆଦି ନାରାୟଣ ରେଡ୍ଡୀ, ଚିକିଲଖଣ୍ଡି ସମିତିସଭ୍ୟା ସ୍ୱାଗତିକା ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇ ଗ୍ରାମର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିଥିଲେ । ଏହା ସହ ଟ୍ରଷ୍ଟି ପକ୍ଷରୁ ନଡିଆ, ଆମ୍ବ, ପିଜୁଳି, କଦଳୀ. ବେଲ, ଡାଳିମ୍ବ, ଓଉ, ପିସ୍ତା ବାଦାମ, କୃଷ୍ଣଚୁଡା ସମେତ ବିଭୀନ୍ନ ରକମର ଔଷଧୀୟ ଚାରା ଗ୍ରାମବାସୀଙ୍କୁ ବଣ୍ଟନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ଯଶୋଦା ଫାଉଣ୍ଡେସନ୍ ର ସୁଦେଷ୍ଣା ଓ ପୁଷ୍ପାଞ୍ଜଳୀ ସାହୁ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.