ସ୍ନେହ ସୁଧାର ଗୃହରୁ ୨ଛାତ୍ରୀ ନିଖୋଜ, ୪ଦିନ ହେଲା ମିଳୁନି ପତ୍ତା

add-all

ରାୟଗଡ଼ା: ରାୟଗଡ଼ା ସହର ତୁମ୍ବିଗୁଡା ଛକ ନିକଟରେ ଥିବା ସ୍ନେହ ସୁଧାର ଗୃହରୁ ୨ଜଣ ଛାତ୍ରୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଗତ ୪ ଦିନ ହେବ ଛାତ୍ରୀମାନେ ନିଖୋଜ ଥିବା ଜଣାପଡିଛି। ନିଖୋଜ ଛାତ୍ରୀ ଦ୍ୱୟ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ଜଣାପଡ଼ିଛି। ଗତ ୪ତାରିଖରେ ଛାତ୍ରୀମାନେ ନିଖୋଜ ଥିବା ନେଇ ସ୍ନେହ ସୁଧାର ଗୃହର କର୍ମଚାରୀ ପରିବାର ଲୋକଙ୍କୁ ଜଣାଇଥିଲେ।

ପରିବାର ଲୋକେ ଏନେଇ ଡିଏସଡବ୍ଲୁଓ (DSWO)ଙ୍କ ନିକଟରେ ଅଭିଯୋଗ କରିଥିଲେ। ଡିଏସଡବ୍ଲୁଓ ଏନେଇ ସିଡବ୍ଲୁସି ଅଧିକାରୀଙ୍କୁ ଜଣାଇଥିଲେ। ସିଡବ୍ଲୁସି ଅଧିକାରୀ ସ୍ନେହ ସୁଧାର ଗୃହକୁ ଯାଇ ତଦନ୍ତ କରିଥିଲେ। ୨ଜଣ ଛାତ୍ରୀ ନିଖୋଜ ଥିବା ଜାଣି ବାକୁ ପାଇଥିଲେ। ଏନେଇ ସିଡବ୍ଲୁସି ଅଧିକାରୀ ରାୟଗଡ଼ା ଥାନାରେ ଅଭିଯୋଗ କରିଛନ୍ତି। ରାୟଗଡ଼ା ପୁଲିସ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରୀୟା ମିଳିନାହିଁ।

ଛାତ୍ରୀଙ୍କ ନିଖୋଜ ହେବା ନେଇ ସ୍ନେହ ସୁଧାର ଗୃହର କର୍ମଚାରୀଙ୍କ ଅବହେଳା ଓ ସେମାନଙ୍କର ସଂପୃକ୍ତି ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ad-week
Leave A Reply

Your email address will not be published.