ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା NEET 2022 ରେ “ଆର୍ଯ୍ୟଭଟ୍ଟ”ର ସଫଳତା…

କୃତକାର୍ଯ୍ୟ ହେଲେ ଗ୍ରାମାଞ୍ଚଳ ଛାତ୍ର ଛାତ୍ରୀ..

add-all

ବ୍ରହ୍ମପୁର : ପ୍ରକାଶିତ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା NEET 2022 ରେ ଆର୍ଯ୍ୟଭଟ୍ଟ, ର ଛାତ୍ରଛାତ୍ରୀମାନେ ଆର୍ଯ୍ୟଭଟ୍ଟ ର ଉତ୍କର୍ଷତାର ପରମ୍ପରା ରକ୍ଷାକରି ଅଛନ୍ତି। ଅମ୍ଳାନ ଅଂଶୁମତ ସାହୁ୭୨୦ ରୁ ୬୮୬ ରଖି ଦକ୍ଷିଣ ଓଡିଶାର ସର୍ବୋଚ୍ଚ ରେଙ୍କ ରଖିଥିବାବେଳେ ଅଂଶୁମାନ ଷଡ଼ଙ୍ଗି ୬୬୧ ମାର୍କ ଓ ଶୁଭମ୍ ପଟ୍ଟନାୟକ ୬୪୬ ମାର୍କ ରଖି ଅନୁଷ୍ଠାନର ପ୍ରଥମ ଦ୍ୱୀତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏତଦ୍ ବ୍ୟତୀତ ଏଯାବତ୍ ପ୍ରାପ୍ତ ସୂଚନା ଅନୁସାରେ ଅନୁଷ୍ଠାନର ସର୍ବମୋଟ ୧୧୦ ଜଣ ପରୀକ୍ଷା ଦେଇଥିବା ବେଳେ ଗତ ବର୍ଷର କଟ୍ ଅଫ ମାର୍କରୁ ୨୬ ଜଣ ଅଧିକ ରଖି ମେଡିକାଲ୍ କଲେଜରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । କୃତକାର୍ଯ୍ୟ ହୋଇଥିବା ଅଧକାଂଶ ଛାତ୍ରଛାତ୍ରୀ JEE-MAINS,NEST,KVPY ଓ  ଯୁକ୍ତଦୁଇ ପରିକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।

କରୋନା ସମୟର ଲକ୍ ଡାଉନ ଓ ସଟ୍ ଡାଉନ ଭଳି ଭୟଙ୍କର ପ୍ରତିକୂଳ ପରିସ୍ଥିତିରେ ଆର୍ଯ୍ୟଭଟ୍ଟ ର ଶିକ୍ଷକ ବୃନ୍ଦ ଓ ଅନୁଷ୍ଠାନ ମୂଖ୍ୟ ଙ୍କ ନିରବିଛିନ୍ନ ଶିକ୍ଷାଦାନ ସହ ବ୍ୟକ୍ତିଗତ ପ୍ରୋତ୍ସାହନ ଓ ମାର୍ଗଦର୍ଶନ ତଥା ପରିଚାଳନା ଦାୟୀତ୍ଵରେ ରହିଥିବା କର୍ମଚାରୀମାନଙ୍କ ବନ୍ଧୁତ୍ଵପୂର୍ଣ୍ଣ ସହାୟତା ପିଲାମାନଙ୍କ ଉତ୍କର୍ଷତା ପ୍ରମାଣିତ କରିପାରିଲା ବୋଲି ଅମ୍ଳାନ ଙ୍କ ପିତା ଡ.ପିତବାସ ସାହୁ ଓ ଅଂଶୁମାନଙ୍କ ବାପା ତଥା ବ୍ରହ୍ମପୁର ମହାନଗର ନିଗମ ନିର୍ବାହୀ ଯନ୍ତ୍ରୀ ଇଁ.ସୀମାଞ୍ଚଳ ପାଣି ଗ୍ରାହୀ ମତବ୍ୟକ୍ତ କରିଛନ୍ତି।ଅନୁଷ୍ଠାନ ମୂଖ୍ୟ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ସହ ଆର୍ଯ୍ୟଭଟ୍ଟ ର ସମସ୍ତ କର୍ମଚାରୀ ଙ୍କୁ ସାଧୁବାଦ ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଉଲ୍ଲେଖଯୋଗ୍ୟ ବିଷୟ ହେଲା ପ୍ରତିବର୍ଷ ଭଳି ଏଥର ମଧ୍ୟ ଅନେକ ଛାତ୍ରଛାତ୍ରୀ ଗ୍ରାମାଞ୍ଚଳର ସ୍କୁଲରେ ଅଧୟନ କରି କୃତକାର୍ଯ୍ୟ ହୋଇଛନ୍ତି ।

ad-week
Leave A Reply

Your email address will not be published.