ଏନୱାଇକେ ପକ୍ଷରୁ ପୋଷଣ କାର୍ଯ୍ୟକ୍ରମ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ପିକରଡ଼ି ପଞ୍ଚାୟତର ପିକରଡ଼ି ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ସ୍ୱମନିତ ଶିଶୁ ବିକାଶ ଟିକାବାଲିର ମିଳିତ ଆନୁକୂଲ୍ୟରେ ପୋଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ସ୍ୱାସ୍ଥ୍ୟ ବିଭାଗର କର୍ମୀ ଭିକ୍ଟୋରିୟା ପ୍ରଧାନ ଯୋଗ ଦେଇଥିବା ବେଳେ ସନମାନୀତ ଅତିଥି ଭାବରେ ଅଙ୍ଗନୱାଡି କର୍ମୀ ପଦ୍ମାବତୀ ପ୍ରଧାନ,ଏ ଏନଏମ ସୁଲମା ପ୍ରଧାନ, ସୁଲୋଚନା ପ୍ରଧାନ ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସ୍ୱେଚ୍ଛା ସେବୀ ଦିଗବିଜୟ ପ୍ରଧାନ ପ୍ରମୁଖ ଯୋଗ ଦେଇ ଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଗ୍ରାମର ସ୍ୱୟଂ ସହାୟକ ଦଳ ଗୁଡିକ ଭାଗ ନେଇଥିଲେ ।ମୁଖ୍ୟ ଅଥିତି ଅନୁଥିତ ଦିବସର ମୁଖ୍ୟ ଲକ୍ଷ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଜନ ସାଧାରଣ ମାନଙ୍କୁ ଅବଗତ କରାଇଥିଲେ ।ବୈଠକରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସ୍ୱେଚ୍ଛାସେବୀ ଶେଫାଳି ପ୍ରଧାନ ସ୍ୱାଗତ କରିଥିବା ବେଳେ ଦିଗବିଜୟ ପ୍ରଧାନ ଧନ୍ୟବାଦ ଦେଇ ସଭା ଭଙ୍ଗ କରିଥିଲେ ।

ad-week
Leave A Reply

Your email address will not be published.