ବ୍ରହ୍ମପୁର ଏମ୍‌କେସିଜି ପୁଣି ଥରେ ଅଘଟଣ

add-all

ବ୍ରହ୍ମପୁର : ବ୍ରହ୍ମପୁର ଏମ୍‌କେସିଜି ପୁଣି ଥରେ ଅଘଟଣ, ସୁପରସ୍ପେଶାଲିଷ୍ଟ ୱାର୍ଡ଼ର ପଞ୍ଚମ ମହଲାର ୟୁରୋଲୋଜି ଅସ୍ତ୍ରୋପଚାର ବିଭାଗର ଛାତ ସିଲିଂ ଆଜି ଖସି ପଡିଛି।କିଛିଦିନ ପୂର୍ବେ ଏହି ଅସ୍ତ୍ରୋପଚାର ଗୃହରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଆଜି ସେହି ବିଭାଗର ପଂଚମ ମହଲାର ଛାତ ସିଲିଂ ଖସିବା ଘଟଣାକୁ ନେଇ ଉତେଜନା ପ୍ରକାଶ ପାଇଛି ।
ଆଜି ଉକ୍ତ କୋଠାର ସିଲିଙ୍ଗ୍ ଖସିବା ଘଟଣା ସୋସିଆଲ୍ ମିଡ଼ିଆରେ ପ୍ରକାଶ ପାଇବା ପରେ ବିଜେପି ପକ୍ଷରୁ କୋଠା ସମ୍ମୁଖରେ ଧାରଣା ଦିଆଯାଇଥିଲା । ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ବରିଷ୍ଠ ବିଜେପି ନେତା କାହ୍ନୁ ପତି, ଉପସଭାପତି ରାମ କୁମାର ପାତ୍ର, ଶିବ ନାୟକ, ପ୍ରଭାତ କିରଣ ଷଡ଼ଙ୍ଗି, ସନ୍ଦିବ ପାତ୍ର, କିରଣ କୁମାର ସାହୁ, ସ୍ୱାସ୍ଥ୍ୟ ସେଲର ରାଜୀବ ଲୋଚନ ମିଶ୍ରଙ୍କ ସମେତ ବହୁ ବିଜେପି କର୍ମୀ ମାନେ ଧାରଣାରେ ବସିଥିଲେ । ଏହି ୱାର୍ଡ଼କୁ ବହୁ ରୋଗୀ ଆସୁଥିବା ବେଳେ ବାରମ୍ବାର ଏହି ସୁପେରସ୍ପେଶାଲିଟି ବିଭାଗର କୋଠାର ସିଲିଂ ଖସିବା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ କୌଣସି ଅପ୍ରତିକର ପରିସ୍ଥିତି ଘଟଣା ଘଟେ ତେବେ ଏଥିରେ ବହୁ ରୋଗୀ ଓ ସାଧାରଣ ଜନତା ଆହତ ହେବାର ସମ୍ଭାବନା ରହିଛି । ନିମ୍ନ ମାନର କାମ ଯୋଗୁଁ ଏହିଭଳି ଘଟଣା ଘଟିଥିବା ଅଭିଯୋଗ କରିଛି ବିଜେପି ।କିନ୍ତୁ ମେଡ଼ିକାଲ କର୍ତ୍ତୃପକ୍ଷ ନିରବ ରହିଛନ୍ତି। ତୁରନ୍ତ ଏହାର ତଦନ୍ତ କରିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଛି । ଆନ୍ଦୋଳନ ସ୍ଥଳରେ ମେଡ଼ିକାଲ୍ ଅଧ୍ୟକ୍ଷ ଏବଂ ଅଧୀକ୍ଷକଙ୍କ ସମେତ ପ୍ରଶାସନିକ ଅଧିକାରୀ ପହଚିଂ ବୁଝାସୁଝା କରିଥିଲେ । ଏହାର ଏକ ବିଚାର ବିଭାଗୀୟ ତଦନ୍ତ କରିବାକୁ ଦାବୀ କରିବା ସହ ବାରମ୍ବାର ମେଡ଼ିକାଲରେ ଏଭଳି ଘଟଣା ଘଟୁଥିଲେ ମଧ୍ୟ ମେଡ଼ିକାଲ୍ କର୍ତୃପକ୍ଷ ଘଟଣାକୁ ଗୁରୁତର ସହ ନେଉନଥିବା ଅଭିଯୋଗ କରିଛି ବିଜେପି ।

ad-week
Leave A Reply

Your email address will not be published.