ଷ୍ଟାଡିୟମରେ ଫରୀଦ ଓ ଆସିଫ ମୁହାଁମୁହିଁ ହେବା ଘଟଣା : ଆଇସିସି ଦେଲା ଦଣ୍ଡ

add-all

ନୂଆଦିଲ୍ଲୀ, ୦୯|୦୯: ଏସିଆ କପରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ପଡିଆ ଭିତରେ ଓ ବାହାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ପଡିଆ ବାହାରେ ଦୁଇ ଦେଶର ପ୍ରଶଂସକ ହାତାହାତି ହୋଇଥିଲେ । ପଡିଆ ଭିତରେ ମଧ୍ୟ ଆଫଗାନ୍ ବୋଲରଙ୍କୁ ପାକ୍ ବ୍ୟାଟର ବାଡେଇବା ପାଇଁ ବ୍ୟାଟ୍ ଉଠାଇଥିଲେ । ଏହି ମାମଲାରେ ଆଇସିସି ଦୁଇ ଖେଳାଳିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ।

ଆଇସିସି ପାକିସ୍ତାନୀ ବ୍ୟାଟର ଆସିଫ ଅଲ୍ଲୀ ଓ ଆଫଗାନିସ୍ତାନ ବୋଲର ଫରୀଦ ଅହମ୍ମଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ସେମାନଙ୍କ ଉପରେ ମ୍ୟାଚ୍ ଫିର ୨୫ ପ୍ରତିଶତ ଜରିମାନା ଲାଗିଛି ।

ମୁହାଁମୁହିଁ ହୋଇଥିଲେ ଫରୀଦ ଓ ଆସିଫ୍

ଆଫଗାନିସ୍ତାନର ଦ୍ରୁତ ବୋଲର ଫରୀଦ ଅହମଦ ମଲ୍ଲିକ ଓ ପାକିସ୍ତାନର ଆସିଫ ଅଲ୍ଲୀ ପଡ଼ିଆରେ ମୁହାଁମୁହିଁ ହୋଇଥିଲେ। ସ୍ଥିତି ଏମିତି ହୋଇଥିଲା କି ଅସୀଫ ଫରୀଦଙ୍କୁ ପିଟିବାକୁ ଦୁଇଥର ବ୍ୟାଟ୍ ଉଠାଇଥିଲେ।

ମ୍ୟାଚ୍‌ର ୧୯ ଓଭର ଖେଳ ଚାଲିଥିବା ବେଳେ ଦୁଇ କ୍ରିକେଟରଙ୍କ ମଧ୍ୟରେ ଫାଇଟ୍ ହୋଇଥିଲା। ଆସିଫ ଛକ୍କା ମାରି ଆଉଟ୍ ହେବା ପରେ ଫରୀଦ ଏହାକୁ ସେଲିବ୍ରେଟ୍ କରିଥିଲେ। ଏହାକୁ ନେଇ ଆସିଫ ରାଗିଯାଇ ଫରଦୀଙ୍କୁ ତାଙ୍କ ଠାରୁ ଦୂରେଇ ରହିବାକୁ କହିଥିଲେ। ଏମିତିକି ପିଟିବାକୁ ବ୍ୟାଟ୍ ବି ଉଠାଇଥିଲେ। ଏହାପରେ ତୁରନ୍ତ ଘଟଣା ସ୍ଥଳରେ ଆଫଗାନ କ୍ରିକେଟର ଅଜମୁତୁଲ୍ଲାହ ଓମ୍ରାଜ ପହଞ୍ଚି ଦୁଇ ଖେଳାଳିଙ୍କ ମଧ୍ୟରେ ଝଗଡ଼ା ଭାଙ୍ଗିବାକୁ ଚେଷ୍ଟା କରିଥିଲେ।

ହେଲେ ସ୍ଥିତି ଆହୁରି ଖରାପ ହେବାରୁ ଖେଳି ପରିଚାଳନା କରୁଥିବା ଦୁଇ ଅମ୍ପାୟାର ଝଗଡ଼ା ଭାଙ୍ଗିବାକୁ ଆସିଥିଲେ। ଅନ୍ୟ ଆଫଗାନ ଖେଳାଳିମାନେ ମଧ୍ୟ ଝଗଡ଼ା ଭାଙ୍ଗିବାକୁ ପ୍ରୟାସ କରିଥିଲେ। ଦୁଇ ଖେଳାଳିଙ୍କ ମଝିରେ ପଶି ଝଗଡ଼ା ଭାଙ୍ଗିଥିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ କ୍ରିକେଟ୍ ଫ୍ୟାନ କଡା ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

ad-week
Leave A Reply

Your email address will not be published.