ଚିତା ପ୍ରକଳ୍ପ ପାଇଁ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଆସିପାରେ ୧୨ଟି ଚିତା

add-all

ଜୋହାନସ୍‌ବର୍ଗ: ଅକ୍ଟୋବର ମାସରେ ଦକ୍ଷିଣ ଆଫ୍ରିକାରୁ ପ୍ରଥମ ପର୍ଯ୍ୟାୟରେ ଭାରତକୁ ୧୨ଟି ଚିତା ଆସିବାର ସମ୍ଭାବନା ଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
ସୂଚନାଯୋଗ୍ୟ, ଭାରତରୁ ବିଲୁପ୍ତ ହୋଇଯାଇଥିବା ଚିତାକୁ ପୁଣି ଥରେ ଦେଶରେ ଉପଲବ୍ଧ କରାଇବା ପାଇଁ ଏହା ହେଉଛି ସରକାରଙ୍କ ଆଙ୍‌କ୍ଷୀ ପ୍ରକଳ୍ପର ଅଂଶବିଶେଷ।
ଏଥିପାଇଁ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଆସିଥିବା ଦଳେ ବଣ୍ୟପ୍ରାଣୀ ବିଶେଷଜ୍ଞ ଉପରୋକ୍ତ ଚିତାମାନଙ୍କୁ ଛଡ଼ା ଯିବାକୁ ଚୟନ କରାଯାଇଥିବା ସ୍ଥାନ ନିରୀକ୍ଷଣ କରି ଶୁକ୍ରବାର ଦିନ ଫେରି ଯାଇଛନ୍ତି।
ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ଭାରତକୁ ଅଣାଯିବାର ଥିବା ୧୨ଟି ଚିତାରୁ ୯ଟି ଚିତାଙ୍କୁ ଲିମ୍ପୋପୋ ପ୍ରଦେଶସ୍ଥିତ ବନ୍ୟପ୍ରାଣୀ ଚିକିତ୍ସକ ଡକ୍ଟର୍‌ ଆଣ୍ଡି ଫ୍ରେସର୍‌ଦ୍ବାରା ପରିଚାଳିତ ‘ରୁଇବର୍ଗ ଭେଟେରନିନାରି ସର୍ଭିସ୍‌’ରେ ‘କ୍ବାରେଣ୍ଟିନ୍‌’ରେ ରଖାଯାଇଛି। ଅନ୍ୟ ୩ଟି ଚିତାଙ୍କୁ କ୍ବାଜୁଲୁ-ନାଟାଲ୍‌ ପ୍ରଦେଶରେ ଥିବା ‘ଫିଣ୍ଡା ଗେମ୍‌ ରିଜର୍ଭ’ରେ ‘କ୍ବାରେଣ୍ଟିନ୍‌’ରେ ରଖାଯାଇଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।
ଫ୍ରେସର୍‌ କହିଛନ୍ତି ସେ ଓ ଦକ୍ଷିଣ ଆଫ୍ରିକୀୟ ଚିତା ବିଶେଷଜ୍ଞ ପ୍ରଫେସର୍‌ ଆଡ୍ରିଆନ୍‌ ଟୋର୍ଡିଫ୍‌ ଚିତାମାନଙ୍କ ସହିତ ଆସନ୍ତା ମାସରେ ଭାରତକୁ ଆସିବେ। ଫ୍ରେସର୍‌ କହିଛନ୍ତି, ଅନ୍ୟାନ୍ୟ ଦେଶକୁ ଦକ୍ଷିଣ ଆଫ୍ରିକା ଚିତା ସ୍ଥାନାନ୍ତରଣ କରିଛି କିନ୍ତୁ, ୧୯୫୦ ଦଶକ ଆଦ୍ୟ ଭାଗରୁ ଭାରତରୁ ଚିତା ବିଲୁପ୍ତ ହୋଇଯାଇଥିବା ବେଳେ ପ୍ରଥମ ଥର ପାଇଁ ସେଠାକୁ ଦକ୍ଷିଣ ଆଫ୍ରିକାରୁ ଚିତା ସ୍ଥାନାନ୍ତରଣ କରାଯିବ।
କିନ୍ତୁ, ‘ୱାଇଲ୍‌ଡ୍‌ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ର ପ୍ରଫେସର୍‌ ଝାଲା କହିଛନ୍ତି ଯେ, ୧୯୫୩ ମସିହାରେ ଭାରତରେ ଶେଷଥର ପାଇଁ ଚିତା ଦୃଶ୍ୟମାନ ହୋଇଥିବା ସୁନିଶ୍ଚିତ ରିପୋର୍ଟ ଥିଲେ ବି ୧୯୭୦ରେ ମଧ୍ୟ ଗୋଟାଏ ଚିତା ଦେଖାଯାଇଥିବା କଥା ଅବିଶ୍ବସ୍ତ ରିପୋର୍ଟରୁ ଜଣାପଡ଼ିଛି।

ad-week
Leave A Reply

Your email address will not be published.