ରାଫେଲ୍‌ରେ ପୁଅ ସହ ଉଡ଼ିଲେ ବାୟୁସେନା ମୁଖ୍ୟ

add-all

ନୂଆଦିଲ୍ଲୀ‌ : ଅତ୍ୟାଧୁନିକ ଲଢ଼ୂଆ ବିମାନ ରାଫେଲ୍‌ରେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ସାଲ ଭିଆର୍ ଚୌଧାରୀ ଓ ତାଙ୍କ ପୁଅ ସ୍ବାର୍ଡନ ଲିଡର ମିହିର ଭି ଚୌଧାରୀ ଉଡ଼ିଛନ୍ତି। ପଶ୍ଚିମବଙ୍ଗର ହସିମରା ବାୟୁସେନା ଘାଟିରୁ ତିନିଦିନିଆ ଏୟାରକ୍ରାଫ୍ଟ କମ୍ବାଟ ଟ୍ରେନିଂ ମିସନରେ ସେମାନେ ଏହି ଉଡ଼ାଣ କରିଛନ୍ତି। ଏହି ଅବସରରେ ବାୟୁସେନା ମୁଖ୍ୟ ଏୟାରବେସର ପ୍ରସ୍ତୁତିର ପ୍ରଶଂସା କରିବା ସହିତ ସେଠାରେ ଅବସ୍ଥାପିତ କର୍ମଚାରୀମାନଙ୍କ ସହିତ ଆଲୋଚନା କରିଥିଲେ। ସବୁବେଳେ ଭାରତର ଆକାଶକୁ ସୁରକ୍ଷିତ ରଖିବା ପାଇଁ ସେ କର୍ମଚାରୀମାନଙ୍କୁ ଆହ୍ବାନ ଦେଇଥିଲେ।
ଉଲ୍ଲେଖଯୋଗ୍ୟ ଯେ ବାୟୁସେନା ମୁଖ୍ୟ ଏକ ତିନିଦିନିଆ ଗସ୍ତରେ ଇଷ୍ଟର୍ଣ୍ଣ ଏୟାର କମାଣ୍ଡ୍ ମୁଖ୍ୟାଳୟ ସିଲଂକୁ ଯାଇଛନ୍ତି। ସେଠାରେ ଇଏସି କମାଣ୍ଡରମାନଙ୍କ ବା‌ର୍ଷିକ ସମ୍ମିଳନୀ ହେଉଥିବାବେଳେ ତାହା ଆଜି ଶେଷ ହୋଇଛି। ସାଂପ୍ରତିକ ସୁରକ୍ଷା ସ୍ଥିତି, ବିଶ୍ବରେ ଦେଖାଦେଇଥିବା ରାଜନୈତିକ ଓ ଭୌ‌ଗୋଳିକ ପରିସ୍ଥିତି ଏବଂ ବିଭିନ୍ନ ପ୍ରକାର ଜରୁରୀ ସମସ୍ୟାର ସମାଧାନରେ ବାୟୁସେନାର ଭୂମିକା ଉପରେ କମାଣ୍ଡରମାନଙ୍କୁ ବାୟୁସେନା ପକ୍ଷରୁ ଅବଗତ କରାଯାଇଛି।

ad-week
Leave A Reply

Your email address will not be published.