ଛାଡ଼ପତ୍ର ରାଜିନାମା ଅନୁସାରେ ଭରଣପୋଷଣ ବାବଦକୁ ୧ କୋଟି ଟଙ୍କା ଦେଲେ ଗାୟକ ହନି ସିଂହ

add-all

ମୁମ୍ବାଇ: ୟୋ ୟୋ ହନି ସିଂହ ନାଁରେ ସୁପରିଚିତ ପଞ୍ଜାବୀ ଗାୟକ ହନି ସିଂହ ଏବଂ ପତ୍ନୀ ଶାଳିନୀ ତଲ୍‌ୱାର୍‌ ବିଧିବଦ୍ଧ ଭାବେ ପରସ୍ପରକୁ ଛାଡ଼ପତ୍ର ଦେବା ପରେ ଛାଡ଼ପତ୍ର ଚୁକ୍ତିନାମା ଅନୁସାରେ ପତ୍ନୀଙ୍କ ଭରଣ ପୋଷଣ ବାବଦକୁ ହନି ୧ କୋଟି ଟଙ୍କା ଦେଇଛନ୍ତି।
ସ୍ମରଣଯୋଗ୍ୟ, ୨୦୨୧ରେ ଶାଳିନୀ ହନି ସିଂହଙ୍କ ନାମରେ ଘରୋଇ ହିଂସା ଅଭିଯୋଗ ଉତ୍ଥାପନ କରିଥିଲେ।
ଗୁରୁବାର ଦିନ ଦିଲ୍ଲୀର ସକେତ୍‌ ପାରିବାରିକ ଅଦାଲତରେ ବୁଝାମଣା ଶୁଣାଣି ବେଳେ ଭରଣପୋଷଣ ନିମନ୍ତେ ହନି ସିଂହ ଓ ଶାଳିନୀ ତଲ୍‌ୱାର୍‌ ପାରସ୍ପରିକ ରାଜିନାମାରେ ଉପନୀତ ହୋଇଥିଲେ।
ବିଚାରପତି ବିନୋଦ କୁମାରଙ୍କ ଉପସ୍ଥିତିରେ ଶୁଣାଣି ଚାଲିଥିବା ବେଳେ ହନି ସିଂହ ମୁଦା ଲଫାପାରେ ଶାଳିନୀ ତଲ୍‌ୱାର୍‌ଙ୍କୁ ଭରଣପୋଷଣ ବାବଦକୁ ୧ କୋଟି ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ।
ହିନି ସିଂହ ଓ ଶାଳିନୀ ତଲ୍‌ୱାର୍‌ ପରସ୍ପର ବିରୋଧରେ ଅଭିଯୋଗ କରିବା ପରେ ଅଦାଲତ ମାମଲାର ମୀମାଂସା କରିଥିଲେ। ଏହାପରେ, ଭରଣପୋଷଣ ବାବଦକୁ ୧ କୋଟି ଟଙ୍କା ନିମନ୍ତେ ଉଭୟଙ୍କ ମଧ୍ୟରେ ରାଜିନାମା ହୋଇଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୩ ମାର୍ଚ ୨୦ ତାରିଖରେ କରାଯିବ।
ପୂର୍ବରୁ ସାମାଜିକ ଗଣମାଧ୍ୟମରେ ଘରୋଇ ହିଂସା ସଂକ୍ରାନ୍ତରେ ହିନି ସିଂହ ବିବୃତି ଦେଇଥିଲେ। ଏଥିରେ ସେ ସମସ୍ତ ଅଭି‌ଯୋଗକୁ ଅସ୍ବୀକାର କରିବା ସହିତ ତାହା ମିଥ୍ୟା ଏବଂ ଅଭିସନ୍ଧିମୂଳକ ବୋଲି କହିଥିଲେ।

ad-week
Leave A Reply

Your email address will not be published.