ସୁଡେଜୁ ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ ବିଫଳ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡେଜୁ ପଞ୍ଚାୟତ ଅନ୍ତର୍ଗତ ସୁଡେଜୁ ଗ୍ରାମରେ ସ୍ୱଚ୍ଛ ଭାରତ ଯୋଜନାରେ ନିର୍ମିତ ସର୍ବସାଧାରଣ ପାଇଖାନା ଗୃହର ଏକ ଭିନ୍ନ ରୂପ ନେଇଛି। ଆଜକୁ ପ୍ରାୟ ୧ବର୍ଷ ପୂର୍ବେ ନିର୍ମିତ ଶୌଚାଳୟ ଅଚଳ ହେଇ ପଡ଼ିଛି, କାରଣ ଶୌଚାଳୟ କୁ ସଂଯୋକ ହେଉଥିବା ପାଣି ସୁବିଧାର ହୋଇଥିଲେ ମଧ୍ୟ ଟାଙ୍କିକୁ ପାଣି ଆସୁନାହିଁ ଯାହା ଫଳରେ ସର୍ବସାଧାରଣରେ ନିର୍ମିତ ଶୌଚାଳୟ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଏହି ବିଷୟକୁ ବିଭିନ୍ନ କାର୍ଯ୍ୟାଳୟରେ ଅବଗତ କରାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ଏଥିପାଇଁ ଗ୍ରାମର ଲୋକଙ୍କ ମଧ୍ୟରେ ସ୍ୱଚ୍ଛ ଭାରତ ଅଭିଯାନର କାର୍ଯ୍ୟକାରୀ ହୋଇ ପାରୁନାହିଁ ବୋଲି ଅଭିଯୋଗ ହୋଇଛି।ଯାହା ଫଳରେ ଲୋକମାନେ ଶୌଚାଳୟ ବଦଳରେ ଅନ୍ୟ ମାଧ୍ୟମ ଗ୍ରହଣ କରୁଛନ୍ତି । ଗ୍ରାମର କିଛି ବୁଦ୍ଧିଜିବୀଙ୍କ କଥା ଅନୁଯାୟୀ ଶୌଚାଳୟଟି ଜଳ ସଂଯୋଗ ହୋଇ କାର୍ଯ୍ୟକ୍ଷମ ହେଲେ ଲୋକମାନେ କିଛି ଉପକୃତ ହେବାସହ ସ୍ୱଚ୍ଛ ଭାରତର ସଫଳ ରୂପାୟନ ହୋଇ ପାରିବ ବୋଲି କହିଛନ୍ତି।

ad-week
Leave A Reply

Your email address will not be published.