ଜିଲ୍ଲାସ୍ତରୀୟ ଏବଂ ରାଜ୍ୟସ୍ତରୀୟ ପେଂଚାକ ସିଲାଟ ସେମିନାର ଅନୁଷ୍ଠିତ

add-all

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଳାରେ ପ୍ରଥମ ଥର ପାଇଁ ନବରଙ୍ଗପୁର ବୈଭଵ କଲ୍ୟାଣ ମଣ୍ଡପ ପରିସରରେ ୧୦ ଓ୧୧ ତାରିଖ ଦୁଇ ଦିନ ଧରି ଜିଲ୍ଲା ସ୍ତରୀୟ ଏବଂ ରାଜ୍ୟ ସ୍ତରୀୟ ପେଂଚାକ ସିଲାଟ ସେମିନାର ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ସଦାଶିଵ ପ୍ରଧାନୀ, ପୌରାଧକ୍ଷ କୁନୁ ନାୟକ, ସମାଜସେବୀ ଜଗନ୍ନାଥ ମହାପାତ୍ର, ଭାରପ୍ରାପ୍ତ ଥାନା ଅଧିକାରୀ ନରେଶ କୁମାର ପ୍ରଧାନ,ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର କୁମାର ସାହୁ, ଜିଲ୍ଲା କ୍ରୀଡ଼ା ସଙ୍ଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଜିଲ୍ଲା ଆଇନଜୀବୀ ସଙ୍ଘର ସମ୍ପାଦକ ରାମ ପ୍ରସାଦ ପାତ୍ର, ରେଡକ୍ରସ ସଂଯୋଜକ ଅଖିଳ ଭଟ, ପେଂଚାକ ସିଲାଟ ସଙ୍ଘର ଉପଦେଷ୍ଟା ଜଗନ୍ନାଥ ବେହେରା ପ୍ରମୁଖ ଅତିଥି ଭାବରେ ଯୋଗ ଦେବାର ଅଛି। ସଙ୍ଘର ସମ୍ପାଦକ ଶ୍ରୀ ବେହେରାଙ୍କ ସୂଚନା ଅନୁଯାୟୀ ସ୍ଥାନୀୟ ଏହି ସେମିନାର ରେ ରାଜ୍ୟର କୋଡ଼ିଏଟି ଜିଲ୍ଲାରୁ ସମସ୍ତ ପେଂଚାକ ସଙ୍ଘର ସମ୍ପାଦକ,କୋଚ, ରେଫେରି ଏବଂ କ୍ରୀଡ଼ା ବିଚାରକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସେମିନାର ରେ ଆନ୍ତର୍ଜାତିକ ରେଫେରି ଓ କୋଚ ପ୍ରେମସିଂ ଥାପା ଏବଂ ହରିଷ ବେହେରା ପେଂଚାକ ସିଲାଟ କ୍ରୀଡ଼ାର ନୂତନ ଭାବେ ପରିବର୍ତ୍ତନ କରାଯାଇଥିବା ବିଭିନ୍ନ ନିୟମ ଏବଂ ବୈଷୟିକ ଜ୍ଞାନ କୌଶଳର ପ୍ରଶିକ୍ଷଣ ଦେବେ।

ad-week
Leave A Reply

Your email address will not be published.