କେନ୍ଦ୍ରାପଡ଼ାରେ ୧୬ଟି ପ୍ରକଳ୍ପରେ ମିଛ ବିଲ୍‌ ଅଭିଯୋଗ, ଲୋକାୟୁକ୍ତ ଟିମର ତଦନ୍ତ

add-all

କେନ୍ଦ୍ରାପଡ଼ା: ପଞ୍ଚାୟତର ବିକାଶ ନାଁରେ ୧୬ଟି ପ୍ରକଳ୍ପରେ ହୋଇଛି ମିଛ ବିଲ୍‌ । ଯାହାକୁ ନେଇ ପୂର୍ବତନ ସରପଞ୍ଚଙ୍କ ସମେତ ଅଧିକାରୀଙ୍କ ନାମରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ଭିତ୍ତିକରି ଲୋକାୟୁକ୍ତଙ୍କ ଟିମ ପହଞ୍ଚି କରିଛି ବିଲ ସମ୍ପର୍କରେ ଖୋଳତାଡ଼ କରିଛି । ତେବେ ଏଭଳି ଦୁର୍ନୀତି କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ପଣସଗଣ୍ଡ ପଞ୍ଚାୟତରୁ ସାମ୍ନାକୁ ଆସିଛି ।

କାମ ନହୋଇ ପଞ୍ଚାୟତ କାନ୍ଥ ସମେତ ବିଭିନ୍ନ ସ୍ଥାନରେ ଲେଖା ଯାଇଥିଲା ପ୍ରକଳ୍ପର ନାଁ । ଲୋକାୟୁକ୍ତ ତଦନ୍ତ ହେବା ଶୁଣି ରାତିକା ରାତି ଏହା ଉପରେ ଚୂନ ଲଗାଇ ଦୁର୍ନୀତି ଘଉଡାଇବା ପାଇଁ ଉଦ୍ୟମକୁ ଦେଖିଛନ୍ତି ଲୋକାୟୁକ୍ତ ତଦନ୍ତକାରୀ ଟିମ । ସୂଚନା ଅନୁଯାୟୀ, ୨୦୧୭-୨୦୨୨ ପର୍ଯ୍ୟନ୍ତ ଏହି ପଞ୍ଚାୟତରେ ବିଭିନ୍ନ ଉନ୍ନତିମୂଳକ କାମ ନାଁରେ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ କରାଯାଇଛି । ଗାଧୁଆ ତୁଠ ନଥିବା ସ୍ଥାନରେ ଘାଟ ନାଁରେ ବିଲ ଉଠିଛି ତ ଆଉ କେଉଁଠି ମିଛ ହିତାଧିକାରୀଙ୍କ ନାଁ ଉପରେ ଲଗାଯାଇଛି ଚୂନ ।

କୋଭିଡ ସମୟରେ ଜିଲ୍ଲାପାଳ କ୍ଷମତା ପ୍ରାପ୍ତ ହୋଇ ଏହି ପଞ୍ଚାୟତର ୧୬ଟି ପ୍ରକଳ୍ପକୁ ପୂର୍ବତନ ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ଜିଆରଏସ ମିଛ ବିଲ୍‌ ମାଧ୍ୟମରେ ସରକାରୀ ଅର୍ଥକୁ ଆତ୍ମସାତ୍‌ ଅଭିଯୋଗ ଆଣି ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହେବା ପରେ ଲୋକାୟୁକ୍ତଙ୍କ ବୈଷୟିକ ଟିମ ସଦସ୍ୟ ଓ ତଦନ୍ତକାରୀ ଅଧିକାରୀ ପଣସଗଣ୍ଡ ପଞ୍ଚାୟତରେ ପହଞ୍ଚି ଦୁଇଦିନ ଧରି ତଦନ୍ତ କରି ଫେରିଛନ୍ତି ।

ପ୍ରକଳ୍ପ ଚିହ୍ନିତ ସ୍ଥାନ ବଦଳରେ ଅନ୍ୟ ସ୍ଥାନ ମାନଙ୍କରେ ଟିମକୁ ନିଆଯାଇ ଭୁଆଁ ବୁଲା ଯାଉଥିବାବେଳେ, ଗ୍ରାମବାସୀ ଏହାର ବିରୋଧ କରିଛନ୍ତି । ତେବେ ଏନେଇ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ଆସିଲେ ଯାହା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ । ସେପଟେ ଏ ନେଇ ଅଭିଯୋଗକାରୀ କହିଛନ୍ତି, “ନ୍ୟାୟ ମିଳିବ ନିଶ୍ଚୟ । କାରଣ ଏଠାର ଦୁର୍ନୀତି ହୋଇଛି । ଏ ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ମଧ୍ୟ ହୋଇଛି । ଲୋକାୟୁକ୍ତ ତଦନ୍ତ ପାଇଁ ଆସୁଛନ୍ତି । ସତ ସାମନାକୁ ଆସିବ ।”

ଲୋକାୟୁକ୍ତ ତଦନ୍ତକାରୀ ଟିମର ସଦସ୍ୟ କହିଛନ୍ତି, “ଆମେ କାମ ଦେଖିବାକୁ ଆସିଛୁ । ଇଞ୍ଜିନିୟର ମଧ୍ୟ ଆସିଛନ୍ତି । ସେ ତଦନ୍ତ କରିବେ । ଯଦି କିଛି ଦୁର୍ନୀତି ହୋଇଥିବା ତେବେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । “

ad-week
Leave A Reply

Your email address will not be published.