କୋରାପୁଟ ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍‌

add-all

ହୀରାଖଣ୍ଡ ଟ୍ରେନ୍‌ରେ ଭୁବନେଶ୍ୱରରୁ ବାହାରି କୋରାପୁଟରେ ପହଞ୍ଚିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍‌। ରାଜ୍ୟପାଳ ଦୁଇ ଦିନିଆ କୋରାପୁଟ ଗସ୍ତରେ ଆସିଛନ୍ତି। ଆଜି ଓ ଆସନ୍ତାକାଲି କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଜ୍ୟପାଳ ମୁଖ୍ୟ ଅତିଥି ଭାବ‌େ ଯୋଗଦେବେ।

ଆଜି ଅପରାହ୍ନରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଜାତୀୟ ସ୍ତରୀୟ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବ‌େ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍‌ ଯୋଗ ଦେବେ। ଏହାପରେ ରାଜ୍ୟପାଳ ସେମିଳିଗୁଡ଼ା ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବ‌େ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତାକାଲି କୁନ୍ଦୁରା ବ୍ଲକ ଅନ୍ତର୍ଗତ ବୁଦାଗୁଡା ଗ୍ରାମରେ ଦୁରୁଆ ଆଦିବାସୀ ମହିଳା ମହାସଂଘ ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବରେ ରାଜ୍ୟପାଳ ଯୋଗ ଦେବେ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଆଲୋଚନା କରିବେ। ଏହାପରେ ରାଜ୍ୟପାଳ ଜୟପୁର ଠାରେ ଅନୁଷ୍ଠିତ ସମ୍ବାଦର ପରୀକ୍ଷା କାର୍ଯ୍ୟକ୍ରମରେ ଯୋଗ ଦେବେ।

ହୀରଖଣ୍ଡ ଏକ୍ସପ୍ରେସ୍‌ର ଏକ ସ୍ୱତନ୍ତ୍ର କୋଚ୍‌ରେ କୋରାପୁଟରେ ରାଜ୍ୟପାଳ ପହଞ୍ଚିଥିଲେ। ଜିଲ୍ଲାପାଳ, ଏସ୍‌ପି ଓ ରେଳ ବିଭାଗର ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ। ଏନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

ad-week
Leave A Reply

Your email address will not be published.