ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଘର କାନ୍ଥ ପଡି ଦୁଇ ଗାଈ ମୃତ

add-all

ଦାରିଙ୍ଗବାଡ଼ି(୧୧/୯) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗିରହିଛି। ଆଜି ଭ୍ରମରବାଡ଼ି ପଞ୍ଚାୟତ ପୁଡ଼ିରାଜଲା ଗ୍ରାମରେ ଏକ ଘର ଭାଙ୍ଗିଯିବାରୁ କାନ୍ଥ ପଡ଼ି ଉକ୍ତ ଗ୍ରାମର ବୁଡୁ ସାହୁଙ୍କ ଦୁଇଟି ଗାଈଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ଗାଈକୁ ଗୁରୁତର ଭାବେ ଉଦ୍ଧାର କରି ଚିକିତ୍ସା କରାଯାଇଛି। ସ୍ଥାନୀୟ ପ୍ରାଣୀଧନ ବିଶେଷଜ୍ଞ ଦୀପକ ପ୍ରଧାନ ଏହାର ଚିକିତ୍ସା କରିଛନ୍ତି। ପ୍ରକାଶ ଯେ, ବୁଡ଼ୁଙ୍କ ଘରକୁ ଲାଗି ଗୁହାଳ ରହିଥିଲା। ବର୍ଷା ଯୋଗୁ ଘର କାନ୍ଥ ଭୁଶୁଡ଼ି ଗୁହାଳ ଘରେ ପଡ଼ିଥିଲା। ଫଳରେ ଏପରି ଅଘଟଣ ଘଟିଥିଲା। ସେହିପରି ବର୍ଷା ଯୋଗୁ ଦାରିଙ୍ଗବାଡ଼ି ଅଞ୍ଚଳରେ ପନିପରିବା ଚାଷରେ ବହୁ କ୍ଷତି ପହଞ୍ଚିଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.