
ଚିକିଟି : ଆଜି ସମଗ୍ର ଶିକ୍ଷl, ଗଞ୍ଜାମ ସୌଜନ୍ୟରୁ ଚିକିଟୀ ପେଣ୍ଠ ସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରବିନ୍ଦ୍ର ନାଥ ସାହୁ ଙ୍କ ଅଧକ୍ଷତାରେ ପାଳିତ ହୋଇଯାଇଛି “ଆଜାଦୀ କି ଅମୃତ ମହୋତ୍ସବ ” | ଏହି ଉତ୍ସବରେ ବ୍ଲକ ସ୍ତରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚିକିଟୀ ବିଜ୍ଞlପିତ ଅଂଚଳ ପରିଷଦର ଅଧକ୍ଷl ଶ୍ରୀମତୀ ଦୀପl କୁମାରୀ ସାହୁ, ସମ୍ମାନନୀୟ ଅତିଥିଭାବେ ଚିକିଟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡା, ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ପ୍ରଭାକର ସେଠୀ, ସିମାଞ୍ଚଳ ପଣ୍ଡା ଓ ମୁଖ୍ୟ ବକ୍ତା ଭାବେ ସି ଆର ସି ସି ସଂହିତା ମହାନ୍ତି ପ୍ରମୁଖ ମଞ୍ଚସୀନ ଥିଲେ l ଧାନଘର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଦୀପ୍ତ କୁମାର ପଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅତିଥିମାନଙ୍କୁ ଫୁଲ ତୋଡ ଦେଇ ସ୍ୱାଗତ କରିଥିଲେ l ଅତିଥିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା l 75ତମ “ଆଜାଦୀ କି ଅମୃତ ମହୋତ୍ସବ “ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଉପରେ ଅତିଥିମାନେ ଆଲୋକପାତ କରିଥିଲେ l ଇତିହାସ ପୃଷ୍ଠାରେ ଲେଖା ନ ହୋଇ ରହିଯାଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ଖୋଜି ତାଙ୍କ ସମ୍ପର୍କରେ ଅଧିକ ଜାଣିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ଓ ଏହି “ଅମୃତ ମହୋତ୍ସବ କୁ ଜନ ମହୋତ୍ସବ ରେ ପରିଣତ କରି ଏହାକୁ ଆହୁରି ବ୍ୟାପକ ଭାବେ ପ୍ରଚାର ପ୍ରସାର କରି ଲୋକଙ୍କୁ ସ୍ୱାଧୀନତା ସଂଗ୍ରାମୀ ଙ୍କ ବିଷୟରେ ଅବଗତ କରାଇଲେ “ଆଜାଦୀ କି ଅମୃତ ମହୋତ୍ସ ବ “ର ସଂକଳ୍ପ ସଫଳ ହେବ ବୋଲି ବକ୍ତା ମାନେ କହିଥିଲେ l ସ୍କ୍ରାପ ବୁକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା 100ଜଣ ଛାତ୍ର ଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ଵାରା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଓ ବ୍ଲକର ସମସ୍ତ ସି ଆର ସି ସି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଂଚାଳନ କରିଥିଲେ l