ସାତ୍ତ୍ୱିକ ସୋଲ୍ ସଙ୍ଗଠନର ତୃତୀୟ ବର୍ଷ ପୂର୍ତ୍ତି ଉତ୍ସବ

add-all

ଭୁବନେଶ୍ୱର : ସାତ୍ତ୍ୱିକ ସୋଲ୍ ସଙ୍ଗଠନର ୩ ବର୍ଷ ପୂର୍ତ୍ତି ଉତ୍ସବ ଗତ ରବିବାର ଦିନ ଷ୍ଟୋନ୍ ପାଲେସ, ଇନ୍ଫୋସିଟି ଠାରେ ସଫଳ ପୂର୍ବକ ପାଳିତ ହୋଇଯାଇଛି। ଏହି ଅବସର ରେ ଐଶ୍ୱର୍ଯ୍ୟା ମହାନ୍ତି , ଜାହିଦ୍ ଅଖତର୍, ଅଂଶୁମାନ ରଥ ପ୍ରମୁଖ ମୁଖ୍ୟ ଅତଥିଭାବେ ଯୋଗଦାନ କରି ଦୀପ ପ୍ରଜ୍ଜ୍ୱଳନ କରି ସଭା ର ଶୋଭା ବର୍ଦ୍ଧନ କରିଥିଲେ। ଏହି ଉତ୍ସବ ରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ମାନେ ବିଭିନ୍ନ ସ୍ଥାନ ରୁ ଯୋଗଦାନ କରିଥିଲେ। ସଭା ଶେଷ ରେ ଏକ ଭୋଜି ଏବଂ କେକ୍ କାଟିବାର ଆୟୋଜନ କରାଯାଇ ଥିଲା। ଏହି ସଙ୍ଗଠନ ର ପ୍ରତିଷ୍ଠାତା ବକ୍ତବ୍ୟ ରେ କହିଛନ୍ତି ଯେ ” ମୁଁ ଏବଂ ମୋର କିଛି ସାଙ୍ଗ ମାନଙ୍କ ସାହାଯ୍ୟ ରେ ଏକ ଛୋଟିଆ ଦାନ ପୁଣ୍ୟ ନିମନ୍ତେ ଏକ ଯୁଟ ହେଇଥିଲୁ। କିନ୍ତୁ ଏବେ ଆମ ସହ ପ୍ରାୟ ରାଜ୍ୟ ର ବିଭିନ୍ନ ସ୍ଥାନ ରୁ ୧୦୦୦ ରୁ ଉର୍ଦ୍ଧ୍ବ ସ୍ଵେଚ୍ଛାସବୀ ମାନେ ଯୋଗ ଦାନ କରି ନିଜ ଅଞ୍ଚଳ ରେ ଉନ୍ନତି ତଥା ପରିବେଶ ସୁରକ୍ଷା ନିମନ୍ତେ କାର୍ଯ୍ୟ କରି ଆସଛନ୍ତି। ସେମାନଙ୍କ ଅସୀମ ପ୍ରଚେଷ୍ଠା ଏବଂ ବିଶ୍ୱାସ ପାଇଁ ମୁଁ ଗର୍ବିତ। ପେଷା ରେ କେହି ବେକାର ନୁହନ୍ତି କିନ୍ତୁ ଯୁବପିଢି ପାଇଁ ଉଦାହରଣ ସୃଷ୍ଟି କରୁଛନ୍ତି।”
ଭୋଜି ର ଶେଷ ରେ ଏମାନେ ବଳକା ଖାଦ୍ୟ କୁ ଫୋପାଡ଼ି ଦେଇ ନାହାଁନ୍ତି ବରଂ ନିକଟସ୍ଥ ବସ୍ତି ଅଞ୍ଚଳ ରେ ବାଣ୍ଟି ଉଦାହରଣ ପାଲଟିଛନ୍ତି। ସତରେ ଯଦି ସବୁ ଯୁବପିଢି ଏପରି ରାସ୍ତା ରେ ଆଗେଇ ଚାଲିବେ , ଦେଶ ନିଶ୍ଚିତ ଭାବେ ବିକାଶ ଆଡ଼କୁ ଅଗ୍ରସର ହେବ।

ad-week
Leave A Reply

Your email address will not be published.