ପାରମ୍ପରିକ ଢେମସା ନାଚରେ ପାଛୋଟି ନେଇ ଅହିଂସା ରଥକୁ ସ୍ବାଗତ ସମ୍ବର୍ଦ୍ଧନା

add-all

ଚିତ୍ରକୋଣ୍ଡା (୧୧/୦୯) : ଆଜାଦି କା ଅମୃତ ମହୋତ୍ସବ ଶୁଭ ଅବସରରେ ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନ ତରଫରୁ ଅହିଂସା ରଥ କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି l ଦିନେ ଅହିଂସା ନୀତିକୁ ଆପଣେଇ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଆହ୍ୱାନ କ୍ରମେ ହଜାର ହଜାର ଭାରତୀୟ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢେଇ କରି ଭାରତ ବର୍ଷକୁ ଇଂରେଜ ମାନଙ୍କ କବଳରୁ ମୁକ୍ତ କରି ଭାରତ କୁ ସ୍ୱାଧୀନତା ଦେଇଥିଲେ l ଏହି ଅହିଂସା ମନ୍ତ୍ରକୁ ସାରା ଭାରତ ବର୍ଷ ଆପଣେଇ ନେଇଥିଲା ଆଜି ରାଜ୍ୟ ସରକାର ସାରା ଓଡ଼ିଶାର କୋଣ ଅନୁକୋଣରେ ଅହିଂସା ନୀତି ର ମନ୍ତ୍ର କୁ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି l ଆଜି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଟନେଲ କ୍ୟାମ୍ପ ଠାରେ ପ୍ରଥମେ ଅହିଂସା ରଥ କୁ ବନ୍ଦାପନା କରି ସ୍ବାଗତ ସମ୍ବର୍ଦ୍ଧନା କରାଯାଇ ପରେ ଲଘୁଚାପ ଜନିତ ଲଗାଣ ବର୍ଷା ରେ ମଧ୍ୟ ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନ ତରଫରୁ ଚିତ୍ରକୋଣ୍ଡା ବ୍ଲକ ଠାରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୋସ୍କlମୟୀ ଆଚାର୍ଯ୍ୟ, ଚିତ୍ରକୋଣ୍ଡା ର ଅତିରିକ୍ତ ବିଡ଼ିଓ ସୂର୍ଯ୍ୟ ନାରାୟଣ ବେହେରା,ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ,ଜିପିଓ ହେମନ୍ତ କୁମାର ଭୂୟାଁ,ଏପିଓ ଉଛବ ଗିରି, ସିପି ସୁଧାମୟ ମଣ୍ଡଳ, ସିଡିପିଓ ବି . ଅର୍ଣ୍ଣପୂର୍ଣ୍ଣା, ସୁପରଭାଇଜର ଚମ୍ପା ନାୟକ, କୁମାରୀ ନାୟକ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ସମେତ ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ଜନସାଧାରଣ ଏକତ୍ରିତ ହୋଇ ଅହିଂସା ରଥ କୁ ସ୍ବାଗତଂ ସମ୍ବର୍ଦ୍ଧନା କରିଛନ୍ତି l ଏହି କ୍ରମରେ ଅହିଂସା ରଥ ଚିତ୍ରକୋଣ୍ଡା ସରକାରୀ ବାଳକ ଓ ବାଳିକା ଉଚ୍ଚ ବିଦ୍ୟାଳୟ ତରଫରୁ ଅହିଂସା ରଥ କୁ ସ୍ବାଗତଂ ଜଣାଇ ବନ୍ଦାପନା କରାଯାଇଥିଲା ଏବଂ ବିଦ୍ୟାଳୟ ପରିଷରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା ସେଇଭଳି ଅହିଂସା ରଥ କୁ ସ୍ୱାଭିମାନ ଅଞ୍ଚଳ ବାସି ସ୍ବାଗତ ଜଣାଇବାକୁ ଅପେକ୍ଷା କରିଥିଲେ ଅହିଂସା ରଥ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଗୁରୁପ୍ରିୟା ରେ ପହଞ୍ଚିଥିଲା ଅହିଂସା ରଥକୁ ସ୍ୱାଭିମାନ ଅଞ୍ଚଳବାସି ପ୍ରତି ସ୍ଥାନରେ ବାଦ୍ୟ ଯନ୍ତ୍ର ଏବଂ ଆଦିବାସୀଙ୍କ ପାରମ୍ପରିକ ଢେମସା ନାଚର ତାଳେ ତାଳେ ଅହିଂସା ରଥକୁ ପାଛୋଟି ନେଇ ସ୍ବାଗତଂ ସମ୍ପର୍ଦ୍ଧନା ଜଣାଇଥିଲେ l

ad-week
Leave A Reply

Your email address will not be published.