ପ୍ରସ୍ତାବିତ ଡାଲମିୟା ସିମେଣ୍ଟ କମ୍ପାନୀକୁ ଆଦିବାସୀଙ୍କ ବିରୋଧ, ମାଟାପାକା ଗ୍ରାମରେ ପ୍ରଜାମେଳି

add-all

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଟାପାକା ପଞ୍ଚାୟତ ଅନ୍ତର୍ଗତ କତାମାଟେରୁ ଗାଁରେ ପ୍ରସ୍ତାବିତ ଡାଲମିଆ ସିମେଣ୍ଟ କମ୍ପାନୀକୁ ପୁଣି ଥରେ ଆଦିବାସୀମାନେ ବିରୋଧ ଆରମ୍ଭ କରିଦେଇଛନ୍ତି। ପୂର୍ବରୁ ଗ୍ରାମସଭା ଓ କମ୍ପାନୀର ଜନଶୁଣାଣୀରେ ଆଦିବାସୀମାନେ ସିମେଣ୍ଟ କମ୍ପାନୀକୁ ବିରୋଧ କରିଥିବା ବେଳେ ଜିଲ୍ଲା ପ୍ରାଶାଶନ ଓ କମ୍ପାନୀ ପକ୍ଷରୁ ଆଦିବାସୀ ଲୋକଙ୍କୁ ବୁଝାସୁଝା କରାଯାଇ ପ୍ରାଥମିକ ସ୍ତରରେ ପଥର ଖନନ ପ୍ରକ୍ରିୟା ଆରମ୍ଭ ହେଉଥିଲା। ହେଲେ କମ୍ପାନୀ ହେବା ଦ୍ଵାରା ଆମର କିଛି ଲାଭ ହେବ ନାହିଁ କହି ଆଦିବାସୀ ଲୋକମାନେ ପୁଣି ମେଳି କରିଛନ୍ତି।

ଆଦିବାସୀ ପିଲାଙ୍କ ଶିକ୍ଷାଗତ ଯୋଗ୍ୟତା କମ୍ ଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲା କମ୍ପାନୀରେ ଚାକିରି ପାଇବେ ନାହିଁ କେବଳ କିଛି ଶ୍ରମିକ ଶ୍ରେଣୀର ଲୋକମାନଙ୍କୁ ଏଥିରେ କାମ ମିଳି ପାରେ । ଏପରି ଆଶଙ୍କା କରି ଆଦିବାସୀମାନେ ଏଠାରେ ଆଉ ସିମେଣ୍ଟ କମ୍ପାନୀ କରିବାକୁ ଦେବେ ନାହିଁ ବୋଲି ଧମକ ଦେଇଛନ୍ତି । ମାଟାପେକା ପଞ୍ଚାୟତର ଆଖପାଖ ୧୦ ଖଣ୍ଡ ଗାଁର ଆଦିବାସୀ ଏକତ୍ରିତ ହୋଇ ମାଟାପେକା ଗାଁ ମୁଣ୍ଡ ଆମ୍ବତୋଟାରେ ଏକ ବିରାଟ ମେଳି କରିବା ସହ କମ୍ପାନୀ ଲୋକେ ଗାଁକୁ ଆସିଲେ ସେମାନଙ୍କୁ ଗାଁ ଭିତରକୁ ପୁରାଇ ଦିଆଯିବ ନାହିଁ ବୋଲି କହିଛନ୍ତି । ଏହି ପ୍ରଜାମେଳି ଗତକାଲି ସନ୍ଧ୍ୟାରେ ହୋଇଥିଲା, ଆଜି ସେଠାକୁ ପୁଲିସ ଓ ପ୍ରଶାସନିକ ଅଧିକାରୀ ପହଁଛି ଗ୍ରାମବାସୀଙ୍କୁ ବୁଝାଉ ଥିବାର ଜଣା ପଡ଼ିଛି।

ad-week
Leave A Reply

Your email address will not be published.