ପାର୍ବଣ ପୂର୍ବରୁ ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍ 

add-all

ଭୁବନେଶ୍ୱର ୧୧/୦୯: ପାର୍ବଣ ଋତୁ ଆରମ୍ଭ ପୂର୍ବରୁ ଆକ୍ସନ୍ ମେଡ୍କୁ ଆସିଛି କମିଶନରେଟ୍‌ ପୋଲିସର। ବିଳମ୍ବିତ ରାତି ପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ ବାର୍‌ରେ ଚଢ଼ଉ କଲା ପୋଲିସ ସ୍ବତନ୍ତ୍ର ସ୍କ୍ବାର୍ଡ। ଚଢ଼ଉ ସମୟରେ ବାର୍ ନାଚଗୀତରେ ମସଗୁଲ୍ ଥିଲେ ୧୦୦ ଅଧିକ ଯୁବକ- ଯୁବତୀ। ବାର୍ ମାଲିକ ଓ କର୍ମଚାରୀଙ୍କୁ ନେଇ ତାଗିଦ୍ କରାଯାଇଛି। ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ମୁତାବିକ, ପାର୍ବଣ ପୂର୍ବ ପୋଲିସ ପକ୍ଷରୁ ସ୍ପେସାଲ୍ ଡ୍ରାଇଭ ଆରମ୍ଭ କରିଛି। ଗତକାଲି ରାତି ପ୍ରାୟ ୧:୪୫ ସମୟରେ ରେବୋର୍ନ୍ କ୍ଲବ୍ ଏବଂ ଇନଫୋସିଟି ଥାନା ଅନ୍ତର୍ଗତ କିଚେନ୍ ଅଣ୍ଡର ବାର୍‌ ଚାଲୁଥିବା ବେଳେ ଚଢ଼ଉ କରିଥିଲା ପୋଲିସ। ସମୟ ସୀମା ସତ୍ତ୍ୱେ ଗ୍ରାହକମାନେ ବାର୍ ଭିତରେ ନାଚ ଗୀତରେ ମସଗୁଲ ଥିବା ଦେଖାବୁ ମିଳିଥିଲା।

ପରବର୍ତ୍ତୀ ସମୟରେ ପ୍ରାୟ ୨ଟା ୩୦ ରେ ଇନଫୋସିଟି ଥାନା ଅନ୍ତର୍ଗତ ହୋଟେଲ ଜୋରିସ୍ ବୋଟିକରେ ଥିବା ଟ୍ୟାପ୍ନୋଚ୍ ବାର୍ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିବା ଦେଖିବାକୁ ମିଳିଥିଲା। ଡ୍ୟାନ୍ସ ଫ୍ଲୋର ଏବଂ ବାରରେ ୧୦୦ ରୁ ଅଧିକ ଗ୍ରାହକ ଉପଭୋଗ କରୁଥିଲେ। ଏହି ସମୟ ପର୍ଯ୍ୟନ୍ତ କର୍ମଚାରୀମାନେ ଗ୍ରାହକଙ୍କୁ ଖାଦ୍ୟ ଏବଂ ମଦ ପରିବେଷଣ କରୁଥିଲେ। କମିଶନରେଟ୍‌ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବାର୍ ମାଲିକ ତାଗିଦ୍ କରାଯାଇଛି। ଏଥି ସହିତ ଆଗକୁ ଏଭଳି ଅଭିଯୋଗ ଆସିଲେ ବାର୍ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ୍ ନିଆଯିବ ବୋଲି ଚେତାବନି ଦିଆଯାଇଛି।

ad-week
Leave A Reply

Your email address will not be published.