କେନ୍ଦ୍ରାପଡ଼ା ଗସ୍ତରେ କେନ୍ଦ୍ର ଗୃହ, କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିଥ ପରମାଣିକ

add-all

ଭୁବନେଶ୍ୱର: ବିଜେଡି ଟିମ୍‌ର ଆଖିରେ ଆଖି ମିଶାଇ ଲଢ଼ିବ ବିଜେପି ଟିମ୍। ନିର୍ବାଚନ ନିମନ୍ତେ ଏଭଳି ଟିମ୍ ପ୍ରସ୍ତୁତ କରାଯାଉଛି। ଆଜି ଏଭଳି ଇସାରା ଦେଇଛନ୍ତି କେନ୍ଦ୍ର ଗୃହ, କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିଥ ପରମାଣିକ। କେନ୍ଦ୍ରାପଡ଼ା ଗସ୍ତରେ ଯାଇଥିବା ବେଳେ ଦଳୀୟ କାର୍ଯ୍ୟକାର୍ତ୍ତାକୁ ଆଗାମୀ ନିର୍ବାଚନ ଜିତିବାର ଫର୍ମୁଲା ବତାଇବା ସହ ଗଣମାଧ୍ୟକୁ ସେ ଏହି ମତ ପ୍ରକାଶ କରିଛନ୍ତି। ବିଜେଡି-ବିଜେପି ଭିତିରି ସଂପର୍କ ଚର୍ଚ୍ଚାକୁ ନେଇ ପଚାରିବାରୁ ସେ କହିଥିଲେ, ନିର୍ବାଚିତ ସରକାର ସହ କେନ୍ଦ୍ରର ସଂପର୍କ ଭଲ ରହିବା ଉଚିତ୍। କିନ୍ତୁ ରାଜନୀତି ଓ ବିଚାରଧାରାର କଥା ଆସିଲେ ବିଜେଡି ସହ ବିଜେପିର ରାଜନୈତିକ ପ୍ରତିଦ୍ୱନ୍ଦିତା ସବୁବେଳେ ରହିବ। ନିର୍ବାଚନରେ ଆଖିରେ ଆଖି ମିଶାଇ ଲଢ଼ିବାକୁ ପୂରା ଟିମ୍‌କୁ ପ୍ରସ୍ତୁତ କରାଯାଉଛି।

ବିଜେପି ସାଙ୍ଗଠନିକ ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ତିନି କେନ୍ଦ୍ରମନ୍ତ୍ରୀ ଆଜି କେନ୍ଦ୍ରାପଡ଼ା ଗସ୍ତରେ ଯାଇବା ବେଳେ ଶ୍ରୀ ପରମାଣିକଙ୍କ ମତ ଏବେ ରାଜନୀତି ବିଶେଷଜ୍ଞଙ୍କ ଭିତରେ ଅଲୋଚନାର ବିଷୟ ହୋଇଛି।

ଶ୍ରୀ ପରମାଣିକ ଆଜି ତାଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ତୁଳସୀ କ୍ଷେତ୍ରରେ ବଳଦେବଜୀଉଙ୍କ ଦର୍ଶନ ପରେ ଦୁହୁରିଆସ୍ଥିତ ବିଜେପି ପାର୍ଟି ଅଫିସ ଯାଇ ଦଳୀୟ କର୍ମକର୍ତ୍ତାଙ୍କ ସହିତ ବୈଠକ କରିଥିଲେ। ପରେ ଆଳି ଓ ରାଜକନିକା ଯାଇଥିଲେ କେନ୍ଦ୍ରମନ୍ତ୍ରୀ ରାଜକନିକର ପେଗଡ଼ପଡା ପଂଚାୟତ ଜଣେ ଦଳିତଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ। ତାଙ୍କର ଏହି କାର୍ଯ୍ୟକ୍ରମରେ ବଜେପିର ରାଜ୍ୟ, ଜିଲା ଓ ମଣ୍ଡଳ ସ୍ତରର କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ।

ସେପଟେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ତିନି ଦିନିଆ ଯାଜପୁର ଗସ୍ତ କାର୍ଯ୍ୟକ୍ରମ ଶେଷ ହୋଇଛି। ଅର୍ଜୁନ ମୁଣ୍ଡା ବଡ଼ଚଣା ବ୍ଲକରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବଡ଼ଚଣା ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଘରକୁ ଯାଇ ତାଙ୍କୁ ଭେଟିବା ସହ ବୁଡ଼ାକେନ୍ଦୁଆ ଠାରେ ଆୟୋଜିତ ଆଦିବାସୀ ସମାବେଶରେ ଯୋଗ ଦେଇଥିଲେ। ପରେ ଚଣ୍ଡିଖୋଲସ୍ଥିତ ମହାବିନାୟକ ମନ୍ଦିର ଦର୍ଶନ ପରେ ଚଣ୍ଡିଖୋଲ ଏକ୍ସପ୍ରେସ୍ ବଙ୍ଗଳାରେ ପଂଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ।

ସେ ଅଲୋଚନା ସାରିବା ପରେ କହିଛନ୍ତି, ବିଜେପିକୁ ମଜଭୂତ କରିବା ନିମନ୍ତେ ସାଂଗଠିକ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହ ଅଲୋଚନା ହୋଇଛି। ଟିମ୍‌କୁ ବିସ୍ତାର କରିବା ଉପରେ ଅଲୋଚନାରେ ବିଶେଷ ଫୋକସ୍ ଦିଆଯାଇଥିଲା।

ad-week
Leave A Reply

Your email address will not be published.