ଭୀମପୁର ନିକଟରେ ବଗି ନଦୀ କେନାଲ ଭାଙ୍ଗିଲା

add-all

ପାତ୍ରପୁର : ବଙ୍ଗୋପସାଗର ରେ ସ୍ରୁଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷାରେ ଚାଷି କୁଳ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପାତ୍ରପୁର ବ୍ଳକ୍ ଭୀମପୁର ଗ୍ରାମ ନିକଟ ବଗି କେନାଲ୍ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଗି କେନାଲ୍ ରେ ପ୍ରବଳ ପାଣି ଆସିବାରୁ ଏହା ଭାଙ୍ଗିଯାଇଛି। କେନାଲ୍ ଭାଙ୍ଗି ଯାଇଥିବାରୁ ଭୀମପୁର ଗାଆଁର ଶହ ଶହ ଏକର ଜମି ପାଣି ପାଇବାରୁ ବଞ୍ଚିତ ହେବେ ବୋଲି ଅନୁମାନ କରାଯାଉଛି। ଏବଂ କେନାଲ ଭାଙ୍ଗି ଯାଇଥିବା ଯୋଗୁଁ ଶହ ଶହ ଏକର ଜମି ରେ ବାଲି ମାଡି ଯାଇ ଫସଲ ନଷ୍ଟ ଆଶଙ୍କା ଅଛି। ଠିକ ସମୟରେ ତଦାରଖ ନ କରିବାରୁ ଆଜି ଏଭଳି ପରିସ୍ଥିତି ଉପୁଜିଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ତେବେ ଦୁର୍ବଳ ନଦୀ ବନ୍ଧ ଯୋଗୁଁ କେନାଲ ଭାଙ୍ଗିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.