ଏନ ୱାଇ କେ ପକ୍ଷରୁ ତର୍କ ପ୍ରତିଯୋଗିତା

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଏମ ସି ଏସ ମହାବିଦ୍ୟାଳୟ,ଟିକାବାଲି ଠାରେ ନେହେରୁ ଯୁବ କେନ୍ଦ୍ର ତରଫରୁ ବ୍ଲକ ସ୍ତରୀୟ ତର୍କ ପ୍ରତିଯୋଗିତା ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ତର୍କ ଶୀର୍ଷକ ଥିଲା”ସବକା ସାଥ ସବକା ବିକାଶ”ଏବଂ ମୋ ସ୍ୱପ୍ନର ଭାରତ ୨୦୪୭ ଫୁଲବାଣୀ ରୁ ଆସିଥିବା ସୁଧା ରାଣୀ ଶତପଥୀ ଏବଂ ଦିଗଵିଜୟ ପ୍ରଧାନ,କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।ବିଚାରକ ଭାବରେ ଅଧ୍ୟାପକ ବନମାଳୀ ବେହେରା,ରତନ କୁମାର ଦିଗାଲ, ଅଧ୍ୟାପିକା ଶିବା ନୀ କଁହର ଏବଂ ସୁକୁମାରୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।ଏହି ପ୍ରତିଯୋଗିତାରେ ଯୁକ୍ତ ତିନି ର ଛାତ୍ର କୁଳମଣି କଁହର ପ୍ରଥମ ସ୍ଥାନ,ଵିଶାଲ କୁମାର ନାୟକ ଦ୍ଵିତୀୟ ସ୍ଥାନ,ଯେମିମା ଦିଗାଲ ଏବଂ ଲୁପିତା ପ୍ରଧାନ ଯୁଗ୍ମ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିଲେ।କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ମାନପତ୍ର ଓ ପୁରସ୍କାର ବିତରଣ କରଯାଇଥିଲା।ଆଗାମୀ ଦିନରେ ଏମାନେ ଜିଲ୍ଲା ସ୍ତରରେ ଅଂଶ ଗ୍ରହଣ କରିବେ ବୋଲି ଏନ ୱାଇ କେ ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.