ମହାନଦୀ ପଠାରୁ ନବଜାତ ଶିଶୁପୁତ୍ର ଉଦ୍ଧାର

add-all

କଟକ: ଚୌଦ୍ୱାର ନୂଆପାଟଣା ମଧୁସୂଦନ ସେତୁର ତଳ ପଠାରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ନବଜାତ ଶିଶୁଟି ଛଟପଟ ହେଉଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଜଣାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ କଟକ ଶିଶୁ ଭବନକୁ ସ୍ଥାନାନ୍ତରିତ କରାଯାଇଛି।

ତେବେ ନବଜାତ ଶିଶୁ ପୁତ୍ରଟି ମହାନଦୀ ପଠାକୁ କିଭଳି ଆସିଲା ତାହା ଜଣାପଡ଼ିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ତେବେ କିଏ କାହିଁକି ଏଭଳି ଶିଶୁ ପୁତ୍ରଟିକୁ ମହାନଦୀ ପଠାରେ ପକାଇ ଦେଇ ଯାଇଛି ତାହା ଏବେ ସନ୍ଦେହ ଘେରରେ। ତେବେ କେହି ଲୋକଲଜ୍ଜା ଭୟରେ ନିଜର ଅବୈଧ ପୁତ୍ର ସନ୍ତାନକୁ ଛାଡି ଚାଲି ଯାଇଥିବା ସାଧାରଣରେ ଆଲୋଚନା ହେଉଛି।

ad-week
Leave A Reply

Your email address will not be published.