ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

add-all

କୋରାପୁଟ: ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ । ବିଶାଖାପାଟଣା-କିରଣ୍ଡୁଲ ସ୍ପେଶାଲ ଟ୍ରେନ ଲାଇନଚ୍ୟୁତ । ଜୟପୁରର ଛତ୍ରିପୁଟ ନିକଟରେ ୪ଟି ବଗି ଲାଇନଚ୍ୟୁତ ହୋଇଛି । କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ।

 ଆଜି ଅପରାହ୍ନରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଛତିଶଗଡର କିରନ୍ଦୁଲ ଯାଉଥିବା ବିଶାଖାପାଟଣା କିରନ୍ଦୁଲ ପାସେଞ୍ଜର ଟ୍ରେନଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବତ୍ତିଯାଇଛି। ଟ୍ରେନ୍ କୋରାପୁଟର ଜୟପୁର ନିକଟ ଉମୁରି ବ୍ରିଜ ନିକଟରେ ଲାଇନଚ୍ୟୁତ ହୋଇଛି। ମିଳିଥିବା ସୂଚନା ମୁତାବକ ଜୟପୁର-ଛତ୍ରିପୁଟ ଷ୍ଟେସନ ମଧ୍ୟରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ଦୁର୍ଘଟଣାରେ କାହାର କ୍ଷୟକ୍ଷତି ହୋଇନାହିଁ । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଲାଇନଚ୍ୟୁତ ହୋଇଥିବା ୪ଟି ବଗି ମଧ୍ୟରୁ ଗୋଟିଏ ସ୍ଲିପର କୋଚ ଥିବାବେଳେ ଅନ୍ୟ ତିନିଟି ଜେନେରାଲ କୋଚ ଥିଲା।  ଘଟଣାସ୍ଥଳକୁ ରିଲିଫ ଟ୍ରେନକୁ ପଠାଯାଇଥିବା ବେଳେ ରେଳ ମନ୍ତ୍ରାଳୟର ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

ad-week
Leave A Reply

Your email address will not be published.