ସର୍ବଭାରତୀୟ ସ୍ତରରେ ବାରିପଦା ସରକାରୀ ଆଇଟିଆଇର ଦୁଇ ଛାତ୍ରଛାତ୍ରୀ ଟପର

add-all

ବାରିପଦା: ଡାଇରେକ୍ଟର ଜେନେରାଲ ଅଫ୍‌ ଟ୍ରେନିଂ ପକ୍ଷରୁ ଅନୁଷ୍ଠିତ ସର୍ବଭାରତୀୟ ଟ୍ରେଡ୍‌ ଟେଷ୍ଟରେ ବାରିପଦା ସରକାରୀ ବୈଷୟିକ ଶିଳ୍ପ ତାଲିମ ପ୍ରତିଷ୍ଠାନର ୨ ଜଣ ଛାତ୍ରଛାତ୍ରୀ ଟପର୍‌ ହୋଇଛନ୍ତି। ସେମାନେ ହେଲେ ଉମେଶ କୁମାର ମହାନ୍ତ ଓ ନିକମଣି ସୋରେନ୍‌। କାରପେଣ୍ଟର୍‌ ଟ୍ରେଡ୍‌ରେ ନିକମଣି ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ମେସିନ୍ ଟୁଲ୍ ମେଣ୍ଟାନାନ୍ସ ଟ୍ରେଡ୍‌ରେ ଉମେଶ ତୃତୀୟ ସ୍ଥାନ ଅଧିକାର କରିଥିବା ସୂଚନା ଦେଇଛନ୍ତି କଲେଜର ଅଧ୍ୟକ୍ଷ ସୁରେଶଚନ୍ଦ୍ର ପାଢୀ।

ଛାତ୍ର ଉମେଶ ଜଣେ ଗରିବ ଚାଷୀଙ୍କ ପୁଅ। ବାପା, ମା’ ବହୁ କଷ୍ଟରେ ତାଙ୍କୁ ପାଠ ପଢ଼ାଉଥିବା ବେଳେ ଉଭୟଙ୍କ ଆଶୀର୍ବାଦ ଓ ପ୍ରତିଷ୍ଠାନର ସମସ୍ତ ଶିକ୍ଷକଙ୍କ ପ୍ରେରଣା ଯୋଗୁଁ ତାଙ୍କୁ ଏହି ସଫଳତା ମିଳିଛି ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି। ସେହିପରି ଛାତ୍ରୀ ନିକମଣି ଗରିବ ଆଦିବାସୀ ପରିବାରରୁ ଆସିଥିବା ବେଳେ ବାପା, ମା’ଙ୍କ ପରାମର୍ଶରେ ଆଇଟିଆଇରେ ନାମ ଲେଖାଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଓ ଅନ୍ୟ ଶିକ୍ଷକମାନଙ୍କ ମାର୍ଗଦର୍ଶନ ଯୋଗୁଁ ସେ ଆଜି ନିଜ ଟ୍ରେଡ୍‌ରେ ସର୍ବଭାରତୀୟ ସ୍ତରରେ ଟପର୍‌ ହୋଇଥିବା କହିଛନ୍ତି। ଉମେଶ ଓ ନିକମଣିଙ୍କୁ ପ୍ରତିଷ୍ଠାନର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପାଢ଼ୀ, ଟ୍ରେଡ୍‌ ତାଲିମ୍‌ଦାତା ସୁବ୍ରତ କୁମାର ଓଝା, ଦିବ୍ୟରଂଜନ ଦାସ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

ad-week
Leave A Reply

Your email address will not be published.