ଅନଲାଇନ ଠକେଇ ରୋକିବା ଲାଗି ରାଜ୍ୟ ସରକାରଙ୍କ ପରାମର୍ଶ

add-all

ଭୁବନେଶ୍ବର: ରାଜ୍ୟରେ ଅନଲାଇନ ଠକେଇ ବଢ଼ିଥିବାରୁ ଏହାକୁ ରୋକିବାକୁ ରାଜ୍ୟ ସରକାରଙ୍କ ଇ ଆଣ୍ଡ ଆଇଟି ବିଭାଗ ପକ୍ଷରୁ ନୂଆ ପରାମର୍ଶ ଦିଆଯାଇଛି। ଏନେଇ ଛୋଟ ପିଲା ଓ ଅଭିଭାବକଙ୍କୁ ସଚେତନ କରାଇଛି ବିଭାଗ।

ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ କହିବା ଅନୁଯାୟୀ, ପିଲାମାନେ ମୋବାଇଲ ବ୍ୟବହାର କରୁଥିବା ବେଳେ ଅଜାଣତରେ ଫ୍ରଡ଼ ସାଇଟ ଜାଲରେ ପଡୁଛନ୍ତି।ଅନେକ ଲିଙ୍କ ବ୍ୟବହାର କରିବା ଫଳରେ ତଥ୍ୟ ଚୋରି ହେଉଛି। ପିଲା ବ୍ୟବହାର କରୁଥିବା ମୋବାଇଲରୁ ତଥ୍ୟ ଚୋରି ହେଉଛି। ଏନେଇ ଗୃହ ବିଭାଗକୁ ଅନେକ ଅଭିଯୋଗ ଆସିଛି

ଏଣୁ ପିଲା ପାଠପଢା ପାଇଁ ଵ୍ୟଵହାର କରୁଥିବା ମୋବାଇଲରେ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ନ ରଖିବାକୁ ପରାମର୍ଶ ଦେଇଛି ବିଭାଗ। ପିଲାମାନେ ସ୍ମାର୍ଟଫୋନ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉପକରଣରେ ବହୁ ସମୟ ବିତାଇବାକୁ ଇଚ୍ଛା କରନ୍ତି, ଯାହା ଇଣ୍ଟରନେଟ୍ ପ୍ରଦାନ କରେ। ପିଲାମାନଙ୍କ ପାଇଁ ସମ୍ଭାବ୍ୟ ସାଇବର ବିପଦ ବିଷୟରେ ଅବଗତ କରାଇ ଏକ ସୁରକ୍ଷିତ ଅନଲାଇନ୍ ପରିବେଶ ସୃଷ୍ଟି କରିବା ଆବଶ୍ୟକ ବୋଲି ଇ ଆଣ୍ଡ ଆଇଟି ବିଭାଗ ପକ୍ଷରୁ ନୂଆ ପରାମର୍ଶ ଦିଆଯାଇଛି।

ad-week
Leave A Reply

Your email address will not be published.