ହରିଦ୍ବାରରେ ଯୁବକଯୁବତୀଙ୍କ ରିଲ୍ସ ବନାଇବାକୁ ନେଇ ସାଧୁସନ୍ଥଙ୍କ ଆପତ୍ତି

add-all

ଡେରାଡୁନ: ଆଜି କାଲି ଯୁବପିଢ଼ି ରିଲ୍ସ ଭିଡିଓ ବନାଇବାକୁ ନେଇ ପାଗଳ। ଯାହାକୁ ଦେଖିବ ସିଏ ବିଭିନ୍ନ ଡାଏଲଗ୍‌ ଆଉ ଗୀତରେ ରିଲ୍ସ ଭିଡିଓ ବନାଉଛନ୍ତି। ସୋଶାଲ ମିଡିଆରେ ଭାଇରାଲ ହେବା ପାଇଁ ଓ ଲାଇକ୍‌ ଶେଆର ବଢ଼ାଇବା ପାଇଁ ଆପଣାନ୍ତି ପ୍ରତିଦିନ ନୂଆ ନୂଆ ଫଣ୍ଡା। ନିକଟରେ କିଛି ଯୁବକ ଓ ଯୁବତୀ ଧର୍ମନଗରୀ ହରିଦ୍ୱାରରେ ଫିଲ୍ମ ଗୀତରେ ରିଲ୍ସ ଭିଡିଓ ବନାଇଛନ୍ତି। ଗଙ୍ଗା ନଦୀ କୂଳରେ ଠିଆ ଏମାନେ ନାଚୁଛନ୍ତି। ଏହାକୁ ନେଇ ଏବେ ରାଗି ଯାଇଛନ୍ତି ସାଧୁ-ସନ୍ଥ।
ହରିଦ୍ୱାର ଗଙ୍ଗା ସଭାର ସାଧାରଣ ସମ୍ପାଦକ ତନ୍ମୟ ବଶିଷ୍ଟ କହିଛନ୍ତି, ହର୍‌ କି ପୌଡିରେ ଅମର୍ଯ୍ୟାଦିତ ଭିଡିଓ ବା ସୋଶାଲ ମିଡିଆ ପାଇଁ ରିଲି ବନାଇବାକୁ ଆଉ ବରଦାସ୍ତ କରାଯିବ ନାହିଁ। ଯଦି ଆଉ କେହି ବି ସୋଶାଲ ମିଡିଆରେ ନିଜ ଲାଇକ୍ସ ଓ କମେଣ୍ଟ ବଢ଼ାଇ ପାଇଁ ତୀର୍ଥ ସ୍ଥାନର ଅପମାନିତ କରନ୍ତି ତେବେ ତାକୁ କୌଣସି ମୂଲ୍ୟରେ ବି ବରଦାସ୍ତ କରାଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି।
ହର କି ପୌଡି ହେଉଛି ରତନ ଧର୍ମର ସନାତନ ଧର୍ମର ବିଶ୍ୱାସର କେନ୍ଦ୍ର ଏବଂ ଏହାର ସମ୍ମାନ ରକ୍ଷା କରିବା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ। ଆମେ ମନେ ରଖିବା ଉଚିତ୍ ଯେ ହର କି ପୌଡି ଉପରେ ଏପରି କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ ଯାହା ହର କି ପୌଡି ଅଞ୍ଚଳର ଭକ୍ତଙ୍କ ବିଶ୍ୱାସକୁ ଆଘାତ ପହଞ୍ଚାଇବ। କିନ୍ତୁ ଗତ କିଛି ଦିନ ହେବ ଲୋକମାନେ ଏଠାକୁ ଆସି ରିଲ ଭିଡିଓ ତିଆରି କରୁଛନ୍ତି ଏବଂ ସୋସିଆଲ ମିଡିଆରେ ଏହାକୁ ପ୍ରସାରଣ କରୁଥିବା ଦେଖିବକୁ ମିଳିଛି। ଏହାଦ୍ୱାରା ହର କି ପୌଡି ଅଞ୍ଚଳର ମର୍ଯ୍ୟାଦା ଭଙ୍ଗା ହେବା ସହ ବିଚଳିତ ଭକ୍ତଙ୍କ ଭାବନାକୁ ଆଘାତ ପହଞ୍ଚାଉଥିବା ଗଙ୍ଗା ସଭାର ସାଧାରଣ ସମ୍ପାଦକ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ନିକଟରେ ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓକୁ ନିକିତା ବିରାମଣି ନାମକ ଆଇଡିରୁ ପୋଷ୍ଟ କରାଯାଇଥିଲା। ଏହି ଭିଡିଓରେ ରାତିରେ ଉକ୍ତ ଯୁବତୀ ଜଣକ ହର କି ପୌଡିରେ ନିଜ ସାଙ୍ଗସାଥୀମାନଙ୍କ ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା। ଏନେଇ ଗଙ୍ଗା ସଭା ପକ୍ଷରୁ ଏସଏସ୍‌ପିକୁ ଲିଖିତ ଅଭିଯୋଗ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ad-week
Leave A Reply

Your email address will not be published.