ଘଣ୍ଟାଏ ଅନ୍ତରରେ ଜୀବନ ହାରିଲେ ଦୁଇ ବାନ୍ଧବୀ

add-all

ପୁଣେ: ଘଣ୍ଟାଏ ଅନ୍ତରରେ ଜୀବନ ହାରିଲେ ଦୁଇ ବାନ୍ଧବୀ। ଜଣେ ସାଙ୍ଗ ଆତ୍ମହତ୍ୟା କରିବାର ଘଣ୍ଟାଏ ପରେ ଆଉ ଜଣେ ଜୀବନ ହାରିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ମଙ୍ଗଳବାର ମହାରାଷ୍ଟ୍ରର ହାଦପସାର ଟାଉନ୍‌ରେ ଘଟିଛି। ଉଭୟଙ୍କ ମଧ୍ୟରୁ ଜଣେ ଯୁବତୀ ସନ୍ଧ୍ୟା ୬ଟା ୩୦ରେ ନିଜ ବେଡ୍ ରୁମରେ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଜଣେ ଏହାର ଘଣ୍ଟାକ ପରେ ୭ଟା ୩୦ରେ ୪ତଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଉଭୟଙ୍କ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପୁଲିସ ମେଡିକାଲ ପଠାଇଛି। ଉଭୟଙ୍କ ମଧ୍ୟରୁ ଜଣେ ବାଣିଜ୍ୟ ଛାତ୍ରୀ ହୋଇଥିବା ବେଳେ ଅନ୍ୟ ଜଣେ ଆନିମେଶନ ପଢ଼ୁଥିଲେ। ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.