ଆଜିଠୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୨ ଦିନିଆ ଉଜ୍‌ବେକିସ୍ତାନ ଗସ୍ତ

add-all

ନୂଆଦିଲ୍ଲୀ ୧୫।୦୯: ଆଜିଠୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୨ ଦିନିଆ ଉଜ୍‌ବେକିସ୍ତାନ ଗସ୍ତ ।  ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଗସ୍ତ କରିବେ।

ଉଜବେକିସ୍ତାନର ସମରକନ୍ଦରେ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଭାରତ ସମେତ ୧୫ଟି ଦେଶର ରାଷ୍ଟ୍ରମୁଖ୍ୟ ସାମିଲ ହେବେ। ଯେଉଁଥିରେ ରୁଷ, ଚୀନ, ପାକିସ୍ତାନ , ତାଜାକିସ୍ତାନର ରାଷ୍ଟ୍ରମୁଖ୍ୟ ମଧ୍ୟ ସାମିଲ ହେବେ। ତେବେ୨୦୧୯ ପରେ SCOର ପ୍ରତ୍ୟକ୍ଷ ବୈଠକ ବସିବାକୁ ଯାଉଛି। ବୈଠକର ଦୁଇଟି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନଙ୍ଗପିଙ୍କ ମଧ୍ୟରେ ସାକ୍ଷାତ ହେବ। ଉଭୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବାର ମଧ୍ୟ ସମ୍ଭାବନାକୁ ଏଡା଼ଯାଇନାହିଁ।

ତେବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ସିଧାସଳଖ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ୟୁକ୍ରେନ ଯୁଦ୍ଧ ବୈଠକର ମୂଳ ଆଲୋଚନାର ବିଷୟ ହୋଇପାରେ। ଭାରତ ମଧ୍ୟ ପୁଟିନଙ୍କ ସହିତ ଏ ସଂପର୍କରେ ଆଲୋଚନା କରିବେ। ସାରା ବିଶ୍ବ ଏବେ ଏହି ବୈଠକ ଉପରେ ନଜର ରଖିଛି।

ad-week
Leave A Reply

Your email address will not be published.