ଅକ୍ଟୋବର ୨୩ରେ ଭାରତ-ପାକ୍‌ ମ୍ୟାଚ୍‌, ଦେଖୁ ଦେଖୁ ସରିଗଲା ସବୁ ଟିକେଟ

add-all

ଦୁବାଇ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲା ଅକ୍ଟୋବର ୨୩ରେ ଖେଳାଯିବ। ଏହି ମ୍ୟାଚ୍‌ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍‌ ପାଇଁ ଏବେଠାରୁ ସମସ୍ତ ଟିକେଟର ବିକ୍ରି ଶେଷ ହୋଇଯାଇଛି। ମ୍ୟାଚ୍‌ ପାଇଁ ମାସେରୁ ଅଧିକ ସମୟ ବାକି ଥିବା ବେଳେ ସବୁ ଟିକେଟ ବିକ୍ରି ହୋଇଯିବା ଫ୍ୟାନ୍ସଙ୍କ ଉତ୍ସାହକୁ ଦର୍ଶାଉଛି।

ଆଇସିସି କହିଛି ଯେ ଭାରତ-ପାକିସ୍ତାନ ମ୍ୟାଚ୍‌ର ଟିକେଟ ବିକ୍ରି ଆରମ୍ଭ ହେବାର ମାତ୍ର କିଛି ମିନିଟ ମଧ୍ୟରେ ଶେଷ ହୋଇଯାଇଛି। ଫ୍ୟାନ୍ସଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଅତିରିକ୍ତ ଷ୍ଟାଣ୍ଡିଂ ରୁମ ଟିକେଟ ବ୍ୟବସ୍ଥା କରାଯାଇଥିଲେ। ସେଗୁଡ଼ିକ ମଧ୍ୟ ମାତ୍ର କିଛି ମିନିଟ ମଧ୍ୟରେ ସରି ଯାଇଛି।

ଆସନ୍ତା ମାସରୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଏଥିପାଇଁ ୫ ଲକ୍ଷ ଟିକେଟ ବିକ୍ରି ସରିଲାଣି। ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୨ ସମସ୍ତ ବୟସ ଓ ବର୍ଗର ଲୋକମାନଙ୍କୁ ସ୍ୱାଗତ କରୁଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ମାସେରୁ ଅଧିକ ସମୟ ଥିଲେ ମଧ୍ୟ ଏବେ ଠାରୁ ୫ ଲକ୍ଷ ଲୋକ ମ୍ୟାଚ୍‌ ଦେଖିବାକୁ ଟିକେଟ ବୁକ କରି ସାରିଥିବା ଆଇସିସି କହିଛି।

ad-week
Leave A Reply

Your email address will not be published.