ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ମେଡ଼ିକାଲ କଲେଜକୁ ତେଲେଙ୍ଗାନାର ଶିଳ୍ପମନ୍ତ୍ରୀଙ୍କ ସମାଲୋଚନା

newyr25

ଅହମଦାବାଦ: ଗୁଜରାଟର ଅହମଦାବାଦରେ ଥିବା ଗୋଟିଏ ମେଡିକାଲ କଲେଜର ନାଁକୁ ବଦଳାଇ ଦିଆଯାଇଛି। ଏଠାରେ ଥିବା ମେଡିକାଲ କଲେଜର ନାଁ ନରେନ୍ଦ୍ର ମୋଦି ମେଡିକାଲ କଲେଜ ରଖାଯାଇଛି। ପୂର୍ବରୁ ଏହା ଏଲଜି ମେଡିକାଲ କଲେଜ ଭାବେ ପରିଚୟ ହାସଲ କରିଥିଲା। ହେଲେ ଏବେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ପରିବର୍ତ୍ତନ ହୋଇଛି।
ଏହି ନାମ ପରିବର୍ତ୍ତନ ଧାରାକୁ ଟିଆରଏସର କାର୍ଯ୍ୟକାରୀ ସଭାପତି ତଥା ତେଲେଙ୍ଗାନାର ଶିଳ୍ପମନ୍ତ୍ରୀ କେଟି ରାମା ରାଓ(କେଟିଆର) ତୀବ୍ର ସମାଲୋଚନା କରିଛନ୍ତି। ସେ ନାଁ ବଦଳ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟାର୍ଗେଟ କରିଛନ୍ତି।
ଟ୍ୱିଟ ଯୋଗେ କେଟିଆର ପ୍ରଧାନମନ୍ତ୍ରୀ ମୋଦି ଓ ସୀତାରମଣଙ୍କୁ ଗାନ୍ଧିଜୀ ବାଣ ମାରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ ଅହମଦାବାଦରେ ଥିବା ଏଲଜି ମେଡିକାଲ କଲେଜର ନାଁକୁ ବଦଳାଇ ନରେନ୍ଦ୍ର ମୋଦି ମେଡିକାଲ କଲେଜ ରଖାଯାଇଛି।
ପୂର୍ବରୁ ସର୍ଦ୍ଦାର ପଟେଲ ଷ୍ଟାଡିୟମର ନାଁକୁ ନରେନ୍ଦ୍ର ମୋଦି ଷ୍ଟାଡିୟମ କରାଯାଇଥିଲା। ଯଦି ଅର୍ଥମନ୍ତ୍ରୀ ନିର୍ମଳାଜୀ ଏହି ଧାରା ଜାରି ରଖିବେ, ତା’ହେଲେ ଖୁବଶୀଘ୍ର ଆରବିଆଇକୁ ନୂଆ ନୋଟ ଛାପିବା ପାଇଁ ନିର୍ଦ୍ଦେଶ ଦେଇ ପାରିବେ ଓ ଏହି ନୋଟରେ ଗାନ୍ଧିଜୀଙ୍କ ବଦଳରେ ମୋଦିଜୀଙ୍କ ଫଟୋ ମଧ୍ୟ ରଖିପାରିବେ ବୋଲି ସେ କହିଛନ୍ତି।
ଏହାପୂର୍ବରୁ ମଧ୍ୟ ଏହି ନାଁ ବଦଳ ନୀତିକୁ ନେଇ କେଟିଆର ବିଜେପିକୁ ସିଧାସଳଖ ଟାର୍ଗେଟ କରିଥିଲେ। ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରଘୁବର ଦାସ କହିଥିଲେ ଯେ ତାଙ୍କ ଦଳ ଯଦି ତେଲେଙ୍ଗାନାରେ କ୍ଷମତାକୁ ଆସିବ, ତା’ହେଲେ ହାଇଦ୍ରାବାଦର ନାଁକୁ ଭାଗ୍ୟନଗରରେ ପରିବର୍ତ୍ତନ କରାଯିବ। ଏହାର ଜବାବରେ କେଟିଆର କହିଥିଲେ ଯେ ବିଜେପି ପ୍ରଥମେ କାହିଁକି ଅହମଦାବାଦର ନାଁକୁ ଆଦାନୀବାଦରେ ପରିବର୍ତ୍ତନ କରୁନାହିଁ?

Leave A Reply

Your email address will not be published.