ପୁଟିନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

newyr25

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଜବେକିସ୍ତାନ ସମରକନ୍ଦରେ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ଆଲୋଚନା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଭାରତ-ରୁଷ୍ ମଧ୍ୟରେ ସଂପର୍କ କେତେ ସୁଦୃଢ଼ ତାହା ସାରା ଦୁନିଆ ଜାଣିଛି। ଆଗାମୀ ଦିନରେ ଦୁଇ ରାଷ୍ଟ୍ରର ସଂପର୍କ ଅଧିକ ଘନିଷ୍ଠ ହେବ। ପୁଟିନଙ୍କୁ ମୋଦି କହିଥିଲେ ଯେ, ଆପଣଙ୍କର-ମୋର ରାଜନୈତିକ ଜୀବନ ପ୍ରାୟ ଏକା ସମୟରେ ଆରମ୍ଭ ହୋଇଥିଲା। ସେହିନରି ୟୁକ୍ରେନ ଯୁଦ୍ଧ ବିଷୟରେ ମଧ୍ୟ ଆଲୋଚନା ହୋଇଛି । ଯୁଦ୍ଧ କାଳରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ରୁଷ ସହଯୋଗ କରିଥିବାରୁ ମୋଦି ଧନ୍ୟବାଦ ଦେଇଥିଲେ। ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଦୁଇ ନେତାଙ୍କ ମଧ୍ୟରେ ମୁହାଁମୁହିଁ ସାକ୍ଷାତ ହୋଇଛି। ୟୁକ୍ରେନ ଯୁଦ୍ଧ ଶୀଘ୍ର ଶେଷ ହେଉ ବୋଲି ରୁଷ୍ ରାଷ୍ଟ୍ରପତି କହିଛନ୍ତି।
ସେ କହିଛନ୍ତି ଯେ, ଆମେ ଚାହୁଁଛୁ ଏସବୁ ସରୁ। କିନ୍ତୁ ୟୁକ୍ରେନ ସହଯୋଗ କରୁନଥିବା ପୁଟିନ୍ କହିଛନ୍ତି। ୟୁକ୍ରେନ୍ ସହ ଯାହା ଚାଲିଛି ଆମେ ଚାହୁଁଛୁ ଏସବୁ ଶୀଘ୍ର ଶେଷ ହେଉ। କିନ୍ତୁ ଯୁଦ୍ଧ ସାରିବାକୁ ୟୁକ୍ରେନ ସହଯୋଗ କରୁନି ବୋଲି ପୁଟିନ୍ କହିଛନ୍ତି। ଉଜବେକିସ୍ତାନର ରାଷ୍ଟ୍ରପତି ସୌକତ ମଜିୟୋଏଭ୍‌ଙ୍କ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀରେ ଯୋଗ ଦେବାକୁ ଉଜବେକିସ୍ତାନ ଗସ୍ତ କରିଛନ୍ତି। ୟୁକ୍ରେନ୍‌ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ମୋଦି-ପୁଟିନ୍‌ଙ୍କ ସାକ୍ଷାତ ହୋଇଛି । ଅନ୍ୟପଟେ ମୋଦି ଓ ଜିନ୍‌ପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ନେଇ ବେଜିଂ ଏପର୍ଯ୍ୟନ୍ତ ନିରବ ରହିଛି ।
ଏସ୍‌ସିଓ ସମ୍ମିଳନୀରେ ଭାରତ, ଚୀନ୍‌, ରୁଷିଆ, ପାକିସ୍ତାନ ଯୋଗ ଦେଇଛନ୍ତି। ମଧ୍ୟଏସୀୟ ରାଷ୍ଟ୍ର ଭାବେ କାଜାଖସ୍ତାନ, କିରଗିଜସ୍ତାନ, ଉଜବେକିସ୍ତାନ ଓ ତାଜିକିସ୍ତାନ ଯୋଗ ଦେଇଛନ୍ତି । ଏସସିଓ ହେଉଛି ସବୁଠୁ ବଡ଼ ଆଞ୍ଚଳିକ ସଂଗଠନ । ୟୁରୋପ ଓ ଏସିଆର ପ୍ରାୟ ୬୦ ପ୍ରତିଶତ ଦେଶ ଏଥିରେ ଭାଗ ନେଉଛନ୍ତି । ଏସସିଓ ଅବସରରେ ପୁଟିନ୍‌ଙ୍କ ସମେତ ଆଉ କିଛି ରାଷ୍ଟ୍ରନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ମୋଦି ।

Leave A Reply

Your email address will not be published.