ଇଞ୍ଜିନ୍‌ ଅଚଳ ହେବା ପରେ ଆନ୍ତର୍ଜାତୀୟ କ୍ରିକେଟରଙ୍କ ଜେଟ୍‌ ବିମାନ ଅଟକି ରହିଲା କାନପୁର ବିମାନବନ୍ଦରରେ

add-all

କାନପୁର: ଆନ୍ତର୍ଜାତୀୟ କ୍ରିକେଟ୍‌ ଖେଳାଳିଙ୍କୁ ଧରି ଉଡ଼ାଣ ଭରିବାକୁ ଥିବା ଏକ ଇଣ୍ଡିଗୋ ବିମାନର ଇଞ୍ଜିନ୍‌ ଶୁକ୍ରବାର ଦିନ ଅଚଳ ହୋଇଯିବା ପରେ ବିମାନଟି ଉଡ଼ାଣ ଭରି ନପାରି କାନପୁର ବିମାନବନ୍ଦରରେ ଅଟକି ରହିଛି।
କାନପୁରରୁ ଇନ୍ଦୋର ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ବିଶ୍ୱ ସିରିଜ୍‌ ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍‌ ଖେଳାଳିଙ୍କୁ ନେଇ ଏକ ଇଣ୍ଡିଗୋ ଚାଟାର୍ଡ ବିମାନର ଶୁକ୍ରବାର ଦିନ କାନପୁର ବିମାନବନ୍ଦରରେ ଇଞ୍ଜିନ୍‌ ଅଚଳ ହୋଇପଡ଼ିବା ଫଳରେ ଏହାର ଉଡ଼ାଣକୁ ବନ୍ଦ କରିଦେଇଛି। ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ଦଳର ଖେଳାଳିମାନେ ଜେଟରେ ଯାତ୍ରା କରୁଥିଲେ।
ଇଞ୍ଜିନ୍‌ ଅଚଳ ପଛର କାରଣ ଜାଣିବା ପାଇଁ ଜେଟ୍‌ ବିମାନଟିକୁ ବର୍ତ୍ତମାନ ଯାଞ୍ଚ କରାଯାଉଛି। ତେବେ, ଏହି ଜେଟ୍‌ରେ ଯାତ୍ରା କରିବାକୁ ଥିବା ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ଦଳର ଖେଳାଳିମାନଙ୍କ ପାଇଁ ଅନ୍ୟ ଏକ ବିକଳ୍ପ ବିମାନ ଏପର୍ଯ୍ୟନ୍ତ ବ୍ୟବସ୍ଥା ହୋଇପାରି ନାହିଁ। ସଡ଼କ ସୁରକ୍ଷା ବିଶ୍ୱ ସିରିଜ୍‌ କାନପୁର, ଇନ୍ଦୋର, ଡେରାଡୁନ୍‌ ଏବଂ ରାୟପୁର ପ୍ରଭୃତି ଚାରିଟି ସହରରେ ଅନୁଷ୍ଠିତ ହେଉଛି।

ad-week
Leave A Reply

Your email address will not be published.