ରାଣୀଙ୍କ ଶେଷକୃତ୍ୟରେ ସାମିଲ ପାଇଁ ଲଣ୍ଡନ ଗଲେ ରାଷ୍ଟ୍ରପତି

add-all

ନୂଆଦିଲ୍ଲୀ :ବ୍ରିଟେନର ଦିବଙ୍ଗତ ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଲଣ୍ଡନ ଗସ୍ତ କରିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଣୀଙ୍କ ଶେଷକୃତ୍ୟରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏନେଇ ରାଷ୍ଟ୍ରପତିଭବନ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଗତ ୮ ତାରିଖରେ ରାଣୀଙ୍କର ମୃତ୍ୟୁ ଘଟିଥିଲା। ଆସନ୍ତା ୧୯ ତାରିଖରେ ‌ତାଙ୍କର ଶେଷକୃତ୍ୟ ହେବ। ସେଥିରେ ତାଙ୍କ ପରିବାର ସମେତ ରାଜନେତା ଏବଂ ବିଶ୍ୱ ନେତୃବୃନ୍ଦ ଯୋଗଦେବେ। ତେବେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ରିଟେନ ଗସ୍ତ କରିଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଲଣ୍ଡନ ଗସ୍ତ କରି ଭାରତ ସରକାରଙ୍କ ତରଫରୁ ସମବେଦନା ଜଣାଇବେ। ରାଣୀଙ୍କ ଅନ୍ତିମ ସଂସ୍କାର ୧୯ ସେପ୍ଟେମ୍ବରରେ ୱେଷ୍ଟମିନଷ୍ଟର ଆବେରେ ହେବ | ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଯୋଗଦେବେ। ଏମାନଙ୍କ ବ୍ୟତୀତ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ଲଣ୍ଡନ ଗସ୍ତ କରିବେ। ରାଣୀଙ୍କୁ ୱିଣ୍ଡସରର ରାଜା ଷଷ୍ଠ ଜର୍ଜଙ୍କ ସ୍ମାରକୀ ଚାପେଲ୍‌ରେ ସବୁଦିନ ପାଇଁ ବିଶ୍ରାମ ଦିଆଯିବ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ରାଣୀଙ୍କ ଶେଷକୃତ୍ୟ ହେବ।

ad-week
Leave A Reply

Your email address will not be published.