
ନୂଆଦିଲ୍ଲୀ: ରିସର୍ଚ୍ଚ ସ୍କଲାର ତଥା ସାମାଜିକ କର୍ମୀ ସାଫୋରା ଜାରଗରଙ୍କୁ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ମନା। ବିଶ୍ୱବିଦ୍ୟାଳୟରେ ସାଫୋରାଙ୍କୁ ପ୍ରବେଶ ପାଇଁ ବାରଣ କରାଯାଇଛି। ଏମଫିଲ ଆଡ୍ମିଶନ ପାଇଁ ସେ ତାଙ୍କର ଡିସାର୍ଟେସନ୍(ଥେସିସି) ସାର୍ଟିଫିକେଟ ଦାଖଲ କରି ନଥିବାରୁ ତାଙ୍କୁ ନାମ ଲେଖାରୁ ବାରଣ କରାଯାଇଛି। ଏଥିସହ ଅନ୍ୟ କିଛି କାରଣ ମଧ୍ୟ ଦର୍ଶାଯାଇଛି। ପୂର୍ବରୁ ଏଠାରେ ସେ ଅଧ୍ୟୟନ କରୁଥିବା ବେଳେ ଜଣେ ଅଭ୍ୟାସଗତ ବିଶୃଙ୍ଖଳାକାରୀ ଭାବେ ଦର୍ଶାଯାଇଛି। କ୍ୟାମ୍ପସରେ ସାଫୋରା ବାରମ୍ବାର ଆନ୍ଦୋଳନ ଏବଂ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦର୍ଶାଯାଇଛି। ଉକ୍ତ ବିଶ୍ୱବିଦ୍ୟାଳୟରେ ସାଫୋରା ହେଛନ୍ତି ଜଣେ ପୁରାତନ ଛାତ୍ରୀ। ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସାଫୋରା ସ୍ୱର ଉତ୍ତୋଳନ କରିବା ସହ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରିବାରେ ତାଙ୍କ ନାମରେ ରେକର୍ଡ଼ ରହିଛି।
କ୍ୟାମ୍ପସରେ ଶାନ୍ତି ପ୍ରତିଷ୍ଠା ତଥା ଅଣକଲେଜ ଛାତ୍ରଙ୍କ ଦୌରାତ୍ମ୍ୟକୁ ବିରୋଧ କରି ସାଫୋରା ଆନ୍ଦୋଳନ କରିଛନ୍ତି । ତେବେ ନିଜର ରାଜନୈତିକ ଫାଇଦା ପାଇଁ ୟୁନିଭର୍ସିଟି ପ୍ଲାଟଫର୍ମକୁ ବ୍ୟବହାର କରିବା ସହ ନୀରିହ ଛାତ୍ରଛାତ୍ରୀଙ୍କୁ ମତେଇ କାର୍ଯ୍ୟ ହାସଲ କରୁଥିବା ଅଭିଯୋଗ ହୋଇଛି। ଅନେକ ସମୟରେ ଏହି ଏହି ଗୋଷ୍ଠୀ ମାଧ୍ୟମରେ ବିଶ୍ୱବିଦ୍ୟାଳୟକୁ ସାଫୋରା ଅଚଳ କରି ଦେଉଥିଲେ। ବିଶ୍ୱବିଦ୍ୟାଳୟର ଶୃଙ୍ଖଳିତ ପରିବେଶକୁ ସେ ବିଗାଡ଼ୁଥିଲେ ବୋଲି ଅଭିଯୋଗ ହୋଇଛି। ଦିଲ୍ଲୀ ଦଙ୍ଗାକୁ ନେଇ ସାଫୋରାଙ୍କ ନାମରେ ମଧ୍ୟ ଥାନାରେ ମାମଲା ରୁଜୁ ହୋଇଛି। ୨୦୨୦ରେ ତାଙ୍କ ନାମରେ ୟୁଏପିଏ ଆକ୍ଟ ମଧ୍ୟ ଲାଗିଛି।
ମାନବିକତା ଦୃଷ୍ଟିରୁ ସେ ଗର୍ଭବତୀ ଥିବାରୁ ଜୁନ ୨୦୨୦ରେ ସାଫୋରାଙ୍କୁ ଜାମିନ ମିଳିଛି । ଜାମିଆ ୟୁନିଭର୍ସିଟିର ନୀତିନିୟମ ବିରୋଧରେ ଯାଇ ସାଫୋରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ମଧ୍ୟ ରହିଛି। ଗତ ୨୯ ଅଗଷ୍ଟରେ ସାଫୋରାଙ୍କୁ ବିଶ୍ୱବିଦ୍ୟାଳୟରୁ ବହିସ୍କାର କରାଯାଇଥିଲା। ପ୍ରତିବାଦରେ ସେ କିଛି ଛାତ୍ରଛାତ୍ରୀଙ୍କୁ ନେଇ ତାଙ୍କୁ ପୁନଃ ଆଡମିଶନ ପାଇଁ ଆନ୍ଦୋଳନ କରିଥିଲେ। ଏଥିସହ ଥେସିସି ଦାଖଲ ପାଇଁ ତାଙ୍କୁ ସମୟ ଦେବାକୁ ସେ ନିବେଦନ କରିଥିଲେ।