
ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଅଛି।ସୂଚନା ପ୍ରକାରେ ଆଜି ସକାଳ ପ୍ରାୟ ୧୧.୩୦ ମିନିଟ ସମୟରେ ଉଦ୍ୟାନ ବିଭାଗର ଚିକିଟି ଓ ପାତ୍ରପୁର ବ୍ଲକର ମିଳିତ ଭାବେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଅଛି। ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଶରତ ଚନ୍ଦ୍ର ବେହେରା,ଉଭୟ ବ୍ଲକର ସମସ୍ତ ଉଦ୍ୟାନ ବିଭାଗ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।ବିଭାଗରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅଧିକାରୀ ମାନଙ୍କୁ ପଚାରି ବୁଝିଥିଲେ। ପ୍ରକୃତ ହିତାଧିକାରୀଙ୍କୁ କିପରି ଭାବେ ସବୁ ପ୍ରକାର ସୁବିଧା ମିଳିପାରିବ ସେ ନେଇ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସେହିପରି ଉଭୟ ବ୍ଲକର ଶିଶୁ ବିକାଶ ବିଭାଗର କାର୍ଯ୍ୟର ସମୀକ୍ଷା କରିଥିଲେ। ଚିକିଟି ବିଡିଓ ହଳଧର ଶବର, ଅଧକ୍ଷ ଆପନ୍ନା ସେଠି,ରାମନାଥ ପାଣିଗ୍ରାହୀ ଓ ବି. କୃଷ୍ଣମୂର୍ତ୍ତି ସହ ଉଭୟ ବ୍ଲକର ପ୍ରମୂଖ ଶିଶୁ ବିକାଶ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଓଡ଼ିଶା ଜୀବିକା ମିଶନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ପଚାରି ବୁଝି ବୈଠକରେ ସମୀକ୍ଷା କରିଥିଲେ।