କେନ୍ଦ୍ର ମନ୍ତ୍ରୀଙ୍କ ବଙ୍ଗଳା ଉପରେ ବୁଲିବ ବୁଲଡୋଜର୍‌

add-all

ମୁମ୍ବାଇ: ଭାଙ୍ଗିବ କେନ୍ଦ୍ର ମନ୍ତ୍ରୀଙ୍କ ଘର। ତାଙ୍କ ବଙ୍ଗଳା ଉପରେ ବୁଲିବ ବୁଲଡୋଜର୍‌। କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ବଙ୍ଗଳାରେ ତିଆରି ହୋଇଥିବା ଅବୈଧ ନିର୍ମାଣକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ। ବ୍ରିହାନ୍‌ମୁମ୍ବାଇ ମହାନଗରପାଳିକା ବା ବିଏମ୍‌ସିକୁ ଏଥିପାଇଁ କୋର୍ଟ ୨ ସପ୍ତାହ ସମୟ ଦେଇଛନ୍ତି।
ବେଆଇନ ନିର୍ମାଣରେ ଫ୍ଲୋର ସ୍ପେସ୍ ଇଣ୍ଡେକ୍ସ (FSI) ଏବଂ କୋଷ୍ଟାଲ୍ ରେଗୁଲେସନ୍ ଜୋନ୍ (CRZ) ନିୟମ ଉଲ୍ଲଂଘନ କରାଯାଇଛି ବୋଲି କୋର୍ଟ କହିଛନ୍ତି। ଏଥିପାଇଁ ଦୁଇ ସପ୍ତାହ ଭିତରେ ୧୦ ଲକ୍ଷ ଟଙ୍କା ଜରିମାନା ଭରିବାକୁ କୋର୍ଟ କେନ୍ଦ୍ରମନ୍ତ୍ରୀଙ୍କୁ କହିଛନ୍ତି।
ଜଷ୍ଟିସ୍‌ ଆର୍‌.ଡି ଧାନୁକ ଓ ଜଷ୍ଟିସ କମଲ ଖତାଙ୍କ ଖଣ୍ଡପୀଠ କହିଛନ୍ତି, ‘ ନାରାୟାଣ ରାଣେଙ୍କ କମ୍ପାନୀ ଦ୍ୱାରା ଦାଖଲ କରାଯାଇଥିବା ଦ୍ୱିତୀୟ ଆବେଦନକୁ ବିଚାର କରିବାକୁ ବିଏମ୍‌ସି ଅନୁମତି ଦେଇ ପାରିବ ନାହିଁ। କାରଣ ଏହା ଦ୍ୱାରା ବେଆଇନ୍‌ ନିର୍ମାଣକୁ ପ୍ରୋତ୍ସାହନ ମିଳିବ।’
ସୂଚନା ମୁତାବକ, ରାଣେଙ୍କ କମ୍ପାନୀ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ ବେଆଇନ୍‌ ନିର୍ମାଣକୁ ନିୟମିତ କରିବା ପାଇଁ ଦାବି କରାଯାଇଛି। କୋର୍ଟ ବିଏମ୍‌ସିକୁ ଦୁଇ ସପପ୍ତାହ ଭିତରେ ବେଆଇ ନିର୍ମାଣ ହୋଇଥିବା କୋଠାର କିଛି ଅଂଶକୁ ଭାଙ୍ଗିବା ପାଇଁ ସମୟ ଦେଇଛନ୍ତି। ଏକ ସପ୍ତାହ ଭିତରେ ରିପୋର୍ଟ ଦାଖଲ କରିବାକୁ ବିଏମ୍‌ସିକୁ କୋର୍ଟ କହିଛନ୍ତି।
ସେପଟେ ସୁପ୍ରିମ କୋର୍ଟରେ ଅପିଲ କରିବା ପାଇଁ ବମ୍ବେ ହାଇକୋର୍ଟ ତାଙ୍କ ନିର୍ଦ୍ଦେଶ ଉପରେ ୬ ସପ୍ତାହ ପାଇଁ ରୋକ୍‌ ଲଗାଇବାକୁ ରାଣେଙ୍କ ଓକିଲ ଅପିଲ କରିଥିଲେ। କିନ୍ତୁ ଅଦାଲତ ଏହାକୁ ଆଗ୍ରାହ୍ୟ କରିଦେଇଛନ୍ତି।

ad-week
Leave A Reply

Your email address will not be published.